fbpx

କରୋନା ଭାଇରସ, ହସ୍ପିଟାଲ ଗୁଡ଼ିକରେ ଉପଲବ୍ଧ ହେବ ସମସ୍ତ ସୁବିଧା

ନୂଆଦିଲ୍ଲୀ, ୪ା୩: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିପଡ଼ିଛି । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦିଲ୍ଲୀରେ ଗତକାଲି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି । ସେହିପରି ଦେଶରେ ୨୫ଜଣଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡ଼ିଛି । ଆଗରୁ ୨୮ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଛନ୍ତି । ଏନେଇ ହସ୍ପିଟାଲ ଗୁଡ଼ିକରେ ସମସ୍ତ ସୁବିଧା ଉପଲବ୍ଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଦିଲ୍ଲୀ ସରକାରଙ୍କ ସହ ମିଶି କାମ କରୁଛୁୁ ବୋଲି ସେ କହିଛନ୍ତି । କରୋନା ନେଇ ଭାରତ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏୟାରପୋର୍ଟରେ ପର୍ଯ୍ୟଟକଙ୍କ କଡ଼ା ଯାଞ୍ଚ କରାଯାଉଛି । ଏହାସହ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରାଯାଉଛି । ଗତକାଲି ଦିଲ୍ଲୀ ଆସିଥିବା ଇଟାଲୀ ପର୍ଯ୍ୟଟକଙ୍କ ମଧ୍ୟରେ କରୋନା ଦେଖାଦେଇଥିଲା । ୨୧ ପର୍ଯ୍ୟଟକଙ୍କ ମଧ୍ୟରୁ ପ୍ରାୟ ୧୫ଜଣ କରୋନାରେ ଆକ୍ରାନ୍ତ ଥିଲେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.