fbpx

ଦୁଇ ଝିଅଙ୍କୁ ଏକାସାଙ୍ଗରେ ମନ୍ଦିରରେ ବିବାହ କଲେ ଯୁବକ

ଉତ୍ତରପ୍ରଦେଶର ପ୍ରୟୋଗରାଜରେ ଏକ ଅଦ୍ଭୁଦ ବିବାହ ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବକ ମନ୍ଦିରେ ଏକା ସାଙ୍ଗରେ ଦୁଇ ଦୁଇ ଝିଅଙ୍କୁ ବିବାହ କରିଛି । ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଯୁବକ ଜଣକ ନୂଆ ପ୍ରେମିକା ସହ ବିବାହ କରିବାକୁ ମନ୍ଦିରରେ ପହଞ୍ଚିଥିଲା । କିନ୍ତୁ ମନ୍ଦିରରେ ପୁରୁଣା ପ୍ରେମିକା ମଧ୍ୟ ପହଞ୍ଚି ହଙ୍ଗାମା କରିଥିଲା । ହଙ୍ଗାମାକୁ ଦେଖି ଯୁବକ ଜଣକ ଦୁଇ ଝିଅଙ୍କ ମଥାରେ ସିନ୍ଦୁର ଲଗାଇ ବିବାହ କରିଥିଲା । ଏହି ଘଟଣା ପ୍ରୟୋଗରାଜ କର୍ଣ୍ଣଲଗଞ୍ଜ ଢରହରିୟା ଅଞ୍ଚଳରେ ଘଟିଯାଇଛି ।

 

ଉଲ୍ଲେଖଯୋଗ୍ୟ ଯେ, ଯୁବକ ଜଣକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା । ବିବାହ ନକଲେ ବିଷ ପିଇ ଆତ୍ମହତ୍ୟା କରିବା ବୋଲି ପୂର୍ବରୁ ଯୁବକର ପ୍ରେମିକା ଧମକ ଦେଇଥିଲା । ଏହି ଘଟଣାରେ ଝଗଡା ଆରମ୍ଭ ହେବା ପରେ ଯୁବକଟି ପ୍ରେମିକାକୁ ଏକ ଚାପୁଡା ମାରିଥିଲା । ଚାପୁଡାକୁ ଭିତ୍ତି କରି ପ୍ରେମିକାଟି ପୋଲିସରେ ମାମଲା ରୁଜୁ କରିବା ସହ ଯୁବକକୁ ଜେଲରେ ପୁରାଇଥିଲା । କୁହାଯାଉଛି ଯେ, ଯୁବକ ଜଣକ ନିଜ ଅଞ୍ଚଳର ଜଣେ ଯୁବତୀକୁ ବହୁ ପୂର୍ବରୁ ପ୍ରେମ କରୁଥିଲା ।

 

ଗତ ସୋମବାର ଦିନ ଯୁବକଟି ନୂଆ ପ୍ରେମିକା ସହ ବିବାହ କରିବାକୁ ମନ୍ଦିର ପହଞ୍ଚିଥିବା ବେଳେ ସେଠାରେ ପୁରୁଣା ପ୍ରେମିକା ମଧ୍ୟ ପହଞ୍ଚି ପାଟିତୁଣ୍ଡ କରିବା ଆରମ୍ଭ କରିଥିଲା । ପରେ ଯୁବକ ଜଣକ ଦୁଇ ପ୍ରେମିକାଙ୍କ ମଥାରେ ସିନ୍ଦୂର ଲଗାଇବା ସହ ମଙ୍ଗଳସୂତ୍ର ପିନ୍ଧାଇ ବିବାହ କରିଥିଲା ।

Get real time updates directly on you device, subscribe now.