fbpx

ସଂଧ୍ୟା ୪ ରୁ ୬ ମଧ୍ୟରେ ଜଳଖିଆ ଖାଉଛନ୍ତି କି? ତେବେ ବନ୍ଦ କରନ୍ତୁ, ଜାଣନ୍ତୁ କ’ଣ କହୁଛନ୍ତି ହେଲଥ ଏକ୍ସପର୍ଟ

AAKASH

ନୂଆଦିଲ୍ଲୀ: ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ମଧ୍ୟରେ ସମୟ ସ୍ୱାସ୍ଥ୍ୟ ପାଇଁ ଶତ୍ରୁ ଅଟେ । ଲୋକେ ସକାଳ ଖାଦ୍ୟ ଖାଇ କାମକୁ ବାହାରିଯାଆନ୍ତି । ଦିନର ପ୍ରଥମ ୭ରୁ ୮ ଘଣ୍ଟା ପ୍ରଡକ୍ଟିଭ ହୋଇଥାଏ । ଅଫିସରେ ହେଉ କି ଘରେ ସଂଧ୍ୟା ସମୟରେ ଆମେ ସାଧାରଣତଃ ଜଳଖିଆ ଖାଇଥାଉ ।

ଯଦି ସଂଧ୍ୟା ଜଳଖିଆରେ ଆମେ ଗରମ ସିଙ୍ଗଡା ବା କୁରକୁରୀ, ଚାହା ସହ ଖାଇବାକୁ ପସନ୍ଦ କରୁ । ତେବେ ସଂଧ୍ୟା ୪-୬ଟା ସମୟରେ ଯଦି ଜଳଖିଆ ଖାଉଛନ୍ତି ତେବେ ରାତ୍ରୀ ଭୋଜନରେ ଏହା ହଜମ କରିବାରେ ବିଳମ୍ବ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।

ଖବର ମୁତାବକ ଜିନ୍ଦଲ ନେଚରକୌର ଇନଷ୍ଟିଚ୍ୟୁଟର ଡେପୁଟି ଚିଫ ମେଡିକାଲ, ଅଫିସର ଡା. ବିନୋଦ କୁମାରୀ କହିଛନ୍ତି ଯେ, ସଂଧ୍ୟା ୪ରୁ ୬ ମଧ୍ୟରେ ଜଳଖିଆ କରିବା ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଡା. କୁମାରୀ କହିଛନ୍ତି ଯେ, ରାତ୍ରୀ ଭୋଜନ ବି ଶିଶୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯଦି ଆପଣ ସଂଧ୍ୟା ସମୟରେ ସ୍ନାକ୍ସ ଖାଉନାହାନ୍ତି ତେବେ ରାତିର ଖାଦ୍ୟ ଆପଣ ଅଧିକ ଖାଇପାରିବେ । ଲୋକେ ସଂଧ୍ୟା ସମୟରେ ଫ୍ୟାଟ, ମିଠା ଏବଂ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଥାଆନ୍ତି ଯାହାଦ୍ୱାରା ଓଜନ ବଢିପାରେ । ଯଦି ଆପଣ ଦି୍ୱପ୍ରହର ସମୟରେ ଖାଦ୍ୟ ଖାଆନ୍ତି ତେବେ ଆପଣଙ୍କୁ ପ୍ରକୃତ ଭୋକ ହୋଇନଥାଏ । ଯେଉଁଥି ପାଇଁ ଭବିଷ୍ୟତରେ ଆପଣଙ୍କୁ ପାଚନ ସହ ଜଡିତ ସମସ୍ୟା ହୋଇପାରେ ।

Get real time updates directly on you device, subscribe now.