fbpx

ଫ୍ଲିପକାର୍ଟର ନକଲି ଲିଙ୍କ ପ୍ରତି ରୁହନ୍ତ ସାବଧାନ, ବ୍ରାଣ୍ଡ ପ୍ରଡକ୍ଟର ମୂଲ୍ୟକୁ କମାଇ ଲୁଟୁଛନ୍ତି ଟଙ୍କା, ପଢନ୍ତୁ ରିପୋର୍ଟ

ଭୁବନେଶ୍ୱର: ବିଭିନ୍ନ ଅନଲାଇନ ସପିଂ ସାଇଟରେ ବେଳେ ବେଳେ ବିଗ ବିଲିୟନ ଡେ କିମ୍ବା କମ ଟଙ୍କାରେ ବ୍ରାଣ୍ଡ ଜିନିଷ କିଣିବାକୁ ସୁଯୋଗ ମିଳିଥାଏ । ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବତୀ ନକଲି ଫ୍ଲିପକାର୍ଟର ଠକେଇରେ ଶିକାର ହୋଇଛନ୍ତି । ତେବେ ଆସନ୍ତୁ ଏହା କିପରି ଘଟିଲା ଜାଣିବା..

ଇନଷ୍ଟାଗ୍ରାମରେ ଆଜିକାଲି ବହୁ ପ୍ରକାରର ସପିଂର ଲିଙ୍କ ଆସୁଛି । ଯେଉଁଥିରେ ସେହି ଯୁବତୀଙ୍କୁ ଏହି ନକଲି ଲିଙ୍କ ମିଳିଥିଲା । ଏଥିରେ ଏକ ବ୍ରାଣ୍ଡ କମ୍ପାନୀ ଜୋତା ତାଙ୍କୁ ମାତ୍ର ୩୯୮ ଟଙ୍କାରେ ମିଳିଯାଇଥିଲା, ଯେଉଁ ଜୋତାର ଅସଲି ମୂଲ୍ୟ ୩ ହଜାର ଟଙ୍କା ଥିଲା । ସେ ଆଉ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ସେ ସେହି ଜୋତା ଅର୍ଡର କରି ନିଜ ୟୁପିଆଇ ଆକାଉଣ୍ଟରୁ ଟଙ୍କା ପେମେଣ୍ଟ କରିଥିଲେ ।

ଏହାପରେ ସେହି ଯୁବତୀଙ୍କୁ ଅର୍ଡର ହେବାର କୌଣସି ପ୍ରକାର ମେସେଜ କିମ୍ବା ମେଲ ଆସିନଥିଲା । ହେଲେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥିଲା । ଏହା ପରେ ସେ ଅନେକ ପ୍ରକାର ଚେଷ୍ଟା କରିଥିଲେ, ତାଙ୍କ ଅର୍ଡରକୁ ଖୋଜିବା ପାଇଁ ହେଲେ ପାଇନଥିଲେ । ମୂଲ୍ୟ ଅଧିକ ନଥିଲେ ମଧ୍ୟ ସେ ୪୦୦ ଟଙ୍କା ହରାଇ ଠକାମିର ଶିକାର ହୋଇଥିଲେ । ତେବେ ଆପଣ ଏପରି ଫ୍ରଡ ଲିଙ୍କକୁ ଯାଇ, ଅଳ୍ପ ଟଙ୍କାର ଜିନିଷ ପ୍ରତି ପ୍ରଲୋଭିତ ନ ହୋଇ ଟଙ୍କା ପେମେଣ୍ଟ କରନ୍ତୁ ନାହିଁ ।

ଯଦି ଆପଣ କୌଣସି ଅନଲାଇନରେ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଆପଣ ସିଧାସଳଖ ସେହି ଆପ ଡାଉନଲୋଡ କରି ଅର୍ଡର କରନ୍ତୁ । କୌଣସି ଲିଙ୍କକୁ ଯାଇ ଅର୍ଡର କରନ୍ତୁ ନାହିଁ । ଏତତ୍ ଦ୍ୱାରା ଆପଣଙ୍କ ଟଙ୍କା କଟିଯିବା ସହ ଆପଣ ଠକେଇର ଶିକାର ହୋଇପାରନ୍ତି ।

ଏହି ଲିଙ୍କକୁ ଯାଆନ୍ତୁନି: https://creativeshopping.shop/home/index?utm_medium=paid&utm_source=ig&utm_id=120211515278580522&utm_content=120211515278570522&utm_term=120211515278610522&utm_campaign=120211515278580522&fbclid=PAZXh0bgNhZW0BMAABplIXVvr0yfBZjnqaOTRSb2pnCpg8gtt4oHflCgpEnULk2LpnXtM87yHyKg_aem_gCS4X35Yqpr6D6H2hZE9DA

Get real time updates directly on you device, subscribe now.