fbpx
BJD SKY
BJD SKY

ହେଲମେଟ୍‌କୁ ବି କରନ୍ତୁନି ନଜର ଅନ୍ଦାଜ, ଏଥିରେ ଲୁଚିଥିବା ସ୍ପାଏ କ୍ୟାମେରା ଲିକ୍ କରିପାରେ ଆପଣଙ୍କ ପ୍ରାଇଭେଟ୍ ଭିଡିଓ

BJD

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟ, ମଲ୍ କି ହୋଟେଲ ଆଦିରୁ ପ୍ରାଇଭେଟ୍ ଭିଡିଓ ଲିକ୍ ହେବାର ଖବର ତ ଆପଣ ନିଶ୍ଚୟ ପଢିଥିବେ । ତେଣୁ ଆମକୁ ପ୍ରତି କ୍ଷେତ୍ରରେ ସାବଧାନ ରହିବାକୁ ହେବ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ହେଲମେଟ୍‌ରେ ଲୁଚି ରହିଥିବା ସ୍ପାଏ କ୍ୟାମେରା ବିଷୟରେ କହିବାକୁ ଯାଉଛୁ । ଏହି କ୍ୟାମେରା ଆପଣ ଆଖିରୁ ରାତିର ନିଦ ବି ଚୋରାଇନେବ । ଅନଲାଇନ୍ ପ୍ଲାଟଫର୍ମରେ ଏହିପ୍ରକାର ସ୍ପାଇ କ୍ୟାମେରା ବାଲା ହେଲମେଟ୍ ଏବେ ନଜର ଆସୁଛି ।

ସବୁଠାରୁ ବଡ କଥା ହେଲମେଟ୍‌ରେ ଲୁଚି ରହିଥିବା ଏହି କ୍ୟାମେରାକୁ ଧରିବା ବହୁତ କଷ୍ଟ । ଏହା ହେଲମେଟ୍ ଭିତରେ ଏକ ଜାଗାରେ ସେଟିଂ ହୋଇଥାଏ । ତେଣୁ ଆପଣଙ୍କ ବାଥରୁମ୍ କିମ୍ବା ଚେଞ୍ଜିଂ ରୁମ୍‌ରେ କେହି ଯଦି ହେଲମେଟ୍ ରଖିଛନ୍ତି ତେବେ ତାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । କାରଣ ସେଥିରେ ସ୍ପାଏ କ୍ୟାମେରା ଥାଇପାରେ । ତେଣୁ ଆପଣ ମଲ୍‌ରେ ଚେଞ୍ଜିଂ ରୁମ୍‌, ବାଥରୁମ୍ କିମ୍ବା ଓୟୋ ହୋଟେଲକୁ ଯାଉଥିଲେ ସେଠାରେ ହେଲମେଟ୍ ଆଦି ଉପରେ ଧ୍ୟାନ ଦିଅନ୍ତୁ ।

ତେବେ ଏହି ସ୍ପାଏ କ୍ୟାମେରା ବାଲା ହେଲମେଟ୍ ଇଣ୍ଡିଆମାର୍ଟ ୱେବସାଇଟରେ ଦେଖିବାକୁ ମିଳିଛି । ଏଥିରେ ଏହି କ୍ୟାମେରାର ସାଇଜ୍ ବହୁତ ଛୋଟ ଥିବାର ଦେଖାଯାଉଥିବା ବେଳେ ଏହାର ପ୍ରକୃତ ସାଇଜ୍ କେତେ ରହିଛି ସେ ବିଷୟରେ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.