fbpx

OPSCର ଗୁରୁତ୍ୱପୂର୍ଣ୍ଣ ସୂଚନା: OCS-2022 ମୁଖ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ସେବା ପରୀକ୍ଷା- ୨୦୨୨କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଓସିଏସ-୨୦୨୨ର ମୁଖ୍ୟ ପରୀକ୍ଷା ଚଳିତ ମାସ ୨୫ରୁ ମାର୍ଚ୍ଚ ମାସ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଫେବୃଆରୀ ୨୭, ୨୯ ଓ ମାର୍ଚ୍ଚ ୨ ତାରିଖକୁ ବାଦ୍ ଦେଇ ଅନ୍ୟ ଦିନମାନଙ୍କରେ ପରୀକ୍ଷା କରାଯିବ ବୋଲି ପୂର୍ବରୁ କୁହାଯାଇଛି ।

ନିକଟରେ ଓସିଏସ-୨୦୨୨ ମୁଖ୍ୟ ପରୀକ୍ଷା ପାଇଁ ‘ଆଡମିସନ ଲେଟର’ ଓ ‘ଇନଷ୍ଟ୍ରକସନ୍ସ ଟୁ କ୍ୟାଣ୍ଡିଡେଟସ’ ଅପଲୋଡ୍ କରାଯାଇଥିଲା । ତେବେ ଏହା ମଧ୍ୟରେ ଅତିରିକ୍ତ ଇନଷ୍ଟ୍ରକସନ୍ସ ଜାରି କରାଯାଇଛି । ମୁଖ୍ୟ ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ଉକ୍ତ ଜରୁରୀ ନୋଟିସକୁ ଥରେ ଚେକ୍ କରିବାକୁ କୁହାଯାଇଛି ।

ଏହା ପୂର୍ବରୁ ଗତ ୧୭ ତାରିଖରେ ଓସିଏସ୍ ମୁଖ୍ୟ ପରୀକ୍ଷା ପାଇଁ ସବଜେକ୍ଟ କୋର୍ଡ ଜାରି କରାଯାଇଥିଲା । ପ୍ରାର୍ଥୀମାନେ ସେମାନଙ୍କର ଆନସର ବୁକରେ ଏହି ସବଜେଷ୍ଟ କୋର୍ଡ ଲେଖିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଥିଲା । ଗତ ବର୍ଷ ନଭେମ୍ବର ମାସରେ ଓସିଏସ-୨୦୨୨ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିଲା । ମୋଟ ୮୨୨୦ ଜଣ ପରୀକ୍ଷାର୍ଥୀ ସେଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୭୩୦ ଜଣ ମହିଳା ପ୍ରାର୍ଥୀ ରହିଥିଲେ । କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀ ଓସିଏସ-୨୦୨୨ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

Get real time updates directly on you device, subscribe now.