fbpx

ପାଠପଢା-ପରିବାର-ପରୀକ୍ଷା ଚାପରେ ଜୀବନ ହାରୁଛନ୍ତି ଛାତ୍ରଛାତ୍ରୀ; ଚିନ୍ତାରେ ଅଭିଭାବକ

ଭୁବନେଶ୍ୱର: କିଛିଦିନ ଦିନ ହେବ ଅନେକ ଛାତ୍ରଛାତ୍ରୀ ଜୀବନ ହାରୁଥିବା ଘଟଣା ସାମ୍ନକୁ ଆସୁଛି। ବିଶେଷକରି ଏଥିରେ ଶିକାର ହେଉଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ନଜ ଘର ଛାଡି କ୍ୟାରିୟର କରିବାକୁ ବାହାରକୁ ଆସିଥିବା ଛାତ୍ରଛାତ୍ରୀମାନେ ଏଭଳି ଚରମ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି । ଗାଁ ହେଉ କି ସହର ଚଳିତ ବର୍ଷ ପରୀକ୍ଷା ସମୟରେ ଦେଖିବାକୁ ମିଳିଲାଣି ଅନେକ ଘଟଣା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୀବନ ହାରୁଥିବା ପିଲାଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ଦଶମ ଓ ଯୁକ୍ତଦୁଇ ଶ୍ରେଣୀର ପିଲା । ପାଠପଢା ଚାପ, ପରିବାରରେ ଅଶାନ୍ତି ଆଦି କାରଣ ପାଇଁ ଧର୍ଯ୍ୟହରା ହୋଇ ଏହି ଏଭଳି ରାସ୍ତା ଆପଣୋଉଥିବା କହିଛନ୍ତି ବିଶେଷଜ୍ଞ । ତେବେ ଯଦି ଆଜି ଘଟଣାକୁ ଦେଖିବା ତେବେ ଦୁଇ ଦୁଇଟି କୋମଳମତି ପିଲାଙ୍କ ଜୀବନ ଯାଇଛି ।

ପ୍ରଥମ ଘଟଣା ଯଦି ଦେଖିବା ବ୍ରହ୍ମପୁରରେ ଜଣେ +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ବୈଦନାଥପୁର ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରେ ଘରେ ରଶି ଲଗାଇ ଜୀବନ ହାରିଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ପଦାର୍ଥ ବିଜ୍ଞାନରେ ପରୀକ୍ଷାରେ ଏମ୍‌ପି କରିଥିଲେ ସ୍କ୍ୱାଡ୍‌ । ଘରୋଇ କଲେଜ ଛାତ୍ର, ଖଲ୍ଲିକୋଟ କଲେଜରେ ପରୀକ୍ଷା ଦେଉଥିଲେ । ତେବେ ଏମ୍‌ପି ହେବା ଘଟଣାକୁ ନେଇ ଚାପରେ ଏପରି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଠିକ୍ ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ଘଟଣା ଭଳି ଖବର ସାମ୍ନାକୁ ଆସିଛି । ଘର ଭିତରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ତେବେ ଘଟଣାଟି ଧାମନଗର ଥାନା ଜାହାଙ୍ଗୀର ଶାସନ ଗାଁର ନେଇ ସୂଚନା ରହିଛି । ମାଉସୀ ଘରେ ରହି ପାଠ ପଢ଼ୁଥିଲେ, ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଆଜି ତାଙ୍କର ଇଂରାଜୀ ପରୀକ୍ଷା ଥିଲା, ଘର ଲୋକ ଡାକିବାରୁ ଶୁଣିନଥିଲେ । ପରେ କବାଟ ଭାଙ୍ଗି ଦେଖିଲା ବେଳକୁ ଏପରି ଘଟଣା । ଯଦିଓ ଏହି ଘଟଣାରେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ତଥାପି ଛାତ୍ର ଜଣକ ଜୀବନ ହାରିଥିବା ନେଇ ସନ୍ଦେହ କରାଯାଉଛି । ତେବେ ବିଶେଷଜ୍ଞମାନଙ୍କ କହିବା କଥା ପିଲାଙ୍କ ଦକ୍ଷତା ଅନୁସାରେ ସେମାନେ ପରୀକ୍ଷାରେ ଫଳ ଆଣିବେ । ସେମାନଙ୍କୁ ଚାପ ନ ପକାଇବା ଉଚିତ୍ । ତେବେଯାଇ ସମାଜ ଏପରି ଅଗଟଣରୁ ବର୍ତ୍ତି ପାରିବ ।

Get real time updates directly on you device, subscribe now.