fbpx

ସାବଧାନ୍ !ବ୍ୟାଙ୍କିଂ ଆପ୍ କୁ ଟାର୍ଗେଟ କରୁଛି ଏହି ଭୟଙ୍କର ଭାଇରସ: SBI ଗ୍ରାହଙ୍କୁ କରିଲା ଆଲର୍ଟ…

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ସୋସିାଲ ମିଡିଆ ଉପରେ ନିର୍ଭଳଶୀଳ । ସପିଙ୍ଗ ଠାରୁ ଆରମ୍ଭ କରି ଭିଡିଓ କଲିଙ୍କ ଏପରି ଟଙ୍କା କାରବାର ସମସ୍ତ କାଯ୍ୟଏହି ସୋସିଆଲ ମିଡିଆ ମାଧ୍ୟମରେ ଅତି ସହଜରେ ହୋଇପାରୁଛି । ତେବେ ଏହି ସୋସିଆଲ ମିଡିଆ ଆମ ଜୀବନକୁ ଯେତେ ସହଜ କରୁଛି ଅପରାଧ ମଧ୍ୟ ସେତେ ବଢିବାର ଲାଗିଛି । ବର୍ତ୍ତମାନ ଅନେକ ସମୟରେ ସାଇବର କ୍ରାଇମ୍ ହେଉଛି । ଯାହାର ମୂଳ କାରଣ ହେଉଛି ଏହି ସୋସିଆଲ ମିଡିଆ । ତେବେ ଏହାମି ମଧ୍ୟରେ ବ୍ୟାଙ୍କିଂ ଆପକୁ ନେଇ ଆସିଛି ବଡ ଖବର । ସାଇବର ଠକଙ୍କ ଟାର୍ଗେଟରେ ବ୍ୟାଙ୍କିଂ ଆପ୍ । ଯାହାକୁ ନେଇ ସର୍ତ୍ତ କରିଛି ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସ୍ ବି ଆଇ ।

ମିଳିଥିବା ସୂଚନା ଆନୁଯାୟୀ ଲୋକଙ୍କୁ ଠକିବା ପାଇଁ ହ୍ୟାକରମାନେ ଅନେକ ପ୍ରକାରର ଭାଇରସ ବ୍ୟବହାର କରିଥାନ୍ତି । ତେବେ ଏହି ଭାଇରସ୍ ଆପଣଙ୍କ ଫୋନରେ ଡାଉନଲୋଡ୍ କରିବା ପାଇଁ ଫିସିଙ୍ଗ୍ ମେସେଜ୍ ବ୍ୟବହାର କରାଯାଏ । ବର୍ତ୍ତମାନଏଭଳି ଏକ ଭାଇରସ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ଚେତାବନୀ ଦିଆଯାଇଛି। SBI, PNB ଏବଂ କାନାରା ବ୍ୟାଙ୍କ ପରି ଅନ୍ୟ ବ୍ୟାଙ୍କର ଗ୍ରାହକଙ୍କୁ ସୋଭା ମାଲୱେୟାର ବିଷୟରେ ଚେତାବନୀ ଦିଆଯାଉଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସୋଭା ଭାଇରସ୍ କ’ଣ ଏବଂ ଏହାକୁ କିପରି ଏଡାଇ ହେବ ।

ସୋଭା ଭାଇରସ୍ କ’ଣ?
ଏସବିଆଇ ଅନୁଯାୟୀ, ସୋଭା ହେଉଛି ଏକ ଆଣ୍ଡ୍ରଏଡ୍ ଆଧାରିତ ଟ୍ରୋଜାନ୍ ମାଲୱେର୍, ଯାହା ବ୍ୟକ୍ତିଗତ ତଥ୍ୟ ଚୋରି କରିବା ପାଇଁ ନକଲି ବ୍ୟାଙ୍କିଙ୍ଗ୍ ଆପ୍ ବ୍ୟବହାର କରୁଥିବା ଲୋକଙ୍କୁ ଟାର୍ଗେଟ କରିଥାଏ । ଏହି ମାଲୱେର୍ ବ୍ୟବହାରକାରୀଙ୍କ ପରିଚୟପତ୍ର ଚୋରି କରେ । ତେବେ ଏହା ଥରେ ମୋବାଇଲରେ ଇନଷ୍ଟଲ ହୋଇଗଲେ ଏହାକୁ ଅନ୍ ଇନଷ୍ଟଲ କରିବାର କୌଣସି ଉପାୟ ନଥାଏ ।

ଏହା କିପରି କାମ କରେ?
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୱେବସାଇଟ୍ ଅନୁଯାୟୀ, ସୋଭା ଟ୍ରୋଜାନ୍ ମାଲୱେର୍ ଅନ୍ୟ ଆଣ୍ଡ୍ରଏଡ୍ ଟ୍ରୋଜାନ୍ ପରି ଫିସିଂ SMS ମାଧ୍ୟମରେ ଉପଭୋକ୍ତାଙ୍କ ଡିଭାଇସକୁ ପଠାଯାଏ। ଏହି ନକଲି ଆଣ୍ଡ୍ରଏଡ୍ ଆପ୍ ଇନଷ୍ଟଲ କରିବା ପରେ ଏହା ଆପଣଙ୍କ ସ୍ମାର୍ଟଫୋନରେ ଇନଷ୍ଟଲ୍ ହୋଇଥିବା ଅନ୍ୟ ଆପଗୁଡିକର ବିବରଣୀC2(କମାଣ୍ଡ ଏବଂ କଣ୍ଟ୍ରୋଲ୍ ସର୍ଭର) କୁ ପଠାଇଥାଏ । ଯାହା ହ୍ୟାକର୍ମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ତେବେ ଏହି ଭାଇରସ୍ ସହିତ ହ୍ୟାକରମାନେ ବହୁତ କିଛି କରିପାରିବେ ।
ମାଲୱେର୍ ଆପଣଙ୍କ ଫୋନରୁ ଅନେକ ପ୍ରକାରର ତଥ୍ୟ ଚୋରି କରିପାରେ । ପରିଚୟପତ୍ର ସହିତ, କୁକିଜ୍, ମଲ୍ଟି ଫ୍ୟାକ୍ଟର୍ ପ୍ରାମାଣିକରଣ ଟୋକେନ୍ ପର୍ୟ୍ୟନ୍ତ କପି କରିପାରିବ । ଯଦିଓ ହ୍ୟାକର୍ମାନେ ଚାହାଁନ୍ତି, ଏହି ମାଲୱେର୍ ସାହାଯ୍ୟରେ, ସେମାନେ ନିଜ ଫୋନରେ ସ୍କ୍ରିନସଟ୍ ନେଇପାରିବେ । ଏତତ୍ ବ୍ୟତୀତ ଭିଡିଓ ରେକର୍ଡ କରିପାରିବ । ଏହି ଟ୍ରୋଜାନ୍ ସାହାଯ୍ୟରେ ଏହିପରି ଅନେକ ଜିନିଷ କରାଯାଇପାରିବ ।

ଖସିଯିବା ପାଇଁ କ’ଣ କରିବେ?
ଯଦି ଏହି ମାଲୱେର୍ ଆପଣଙ୍କ ସ୍ମାର୍ଟଫୋନରେ ଇନଷ୍ଟଲ ହୋଇଛି ତେବେ ଏହାକୁ ହଟାଇବା କଷ୍ଟକର । ଏହାକୁ ଏଡାଇବା ପାଇଁ କେବଳ ଗୋଟିଏ ଉପାୟ ଅଛି, ତାହା ହେଉଛି ସତର୍କତା । ତେଣୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । ଆପ୍ ଡାଉନଲୋଡ୍ କରିବାକୁ ସର୍ବଦା ଏକ ବିଶ୍ୱସ୍ତ ଆପ୍ ଷ୍ଟୋର୍‌ ବ୍ୟବହାର କରନ୍ତୁ । କୌଣସି ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ଦୟାକରି ଏହାର ସମୀକ୍ଷା ବା (ରିଭିୟ୍ୟୁ) ଯାଞ୍ଚ କରନ୍ତୁ । ଆପକୁ ଅନୁମତି ଦେବାବେଳେ ସାବଧାନ ରୁହନ୍ତୁ ଏବଂ ଆପଣ କେଉଁ ଆପଗୁଡିକୁ ଅନୁମତି ଦେଉଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆଣ୍ଡ୍ରଏଡ୍ ଅପଡେଟ୍ ଡାଉନଲୋଡ୍ କରନ୍ତୁ ଏବଂ ଆପଣ ଚାହିଁଲେ ଆଣ୍ଟି ଭାଇରସ୍ ମଧ୍ୟ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.