fbpx

Video; ସର୍କସ ମଝିରେ ପ୍ରଶିକ୍ଷକଙ୍କୁ ଝୁଣି ପକାଇଲା ଭାଲୁ, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ: କିଛି ବନ୍ୟଜନ୍ତୁଙ୍କୁ ତାଲିମ ଦେଇ ସର୍କସକୁ ଅଣାଯାଏ । ହେଲେ ପଶୁମାନେ ଆକ୍ରମଣ କରିବେ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। କଥାରେ ଅଛି ଦାନ୍ତ, ନଖ ଓ ସିଙ୍ଘ ଥିବା ପ୍ରାଣୀଙ୍କୁ ବିଶ୍ୱାଷ କରିବା କଥା ନୁହେଁ । ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ସର୍କସ ସମୟରେ ଏକ ଥକିଯାଇଥିବା ଭାଲୁ ଏତେ କ୍ରୋଧିତ ହୋଇଯାଉଛି ଯେ ସେ ପ୍ରଶିକ୍ଷକଙ୍କୁ ଝୁଣି ପକାଉଛି । ଏହାକୁ ଦେଖି ସମସ୍ତେ କେବଳ ଆଶ୍ଚର୍ଯ୍ୟ ନୁହଁନ୍ତି ବରଂ ଭାଲୁର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହି କ୍ଲିପ୍ କୁ ନେଇ ୟୁଜର୍ସ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ସର୍କସରେ ସବୁକିଛି ସ୍ୱାଭାବିକ ଚାଲିଛି । ଏହି ସମୟରେ ଭାଲୁଟି ଜଗଲିଂ କରୁଥିବା ବେଳେ ଉଗ୍ର ରୂପ ଧାରଣ କରୁଛି। ତା’ପରେ ସେ ସିଧାସଳଖ ପ୍ରଶିକ୍ଷକଙ୍କୁ ଉଠାଇ ତାଙ୍କୁ ମାଡ଼ ମାରିଥାନ୍ତି । ଭାଲୁର ଏହି ବିପଜ୍ଜନକ ଆକ୍ରମଣ ଦେଖି ସେଠାରେ ବସିଥିବା ଜନସାଧାରଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଲୁ ଆକ୍ରମଣର କିଛି ସମୟ ପରେ ପ୍ରଶିକ୍ଷକଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତି ପ୍ରଶିକ୍ଷକଙ୍କୁ ବଞ୍ଚାଇବା ପାଇଁ ଭାଲୁକୁ ଜୋରରେ ଲାତ ମାରୁଛନ୍ତି । କିନ୍ତୁ ଭାଲୁ ଉପରେ ଏହାର କୌଣସି ପ୍ରଭାବ ପଡୁନି, ବରଂ ସେ ଅଧିକ ଉତ୍ତେଜିତ ହେଉଛି । ହୁଏତଃ ଏହାର ପରବର୍ତ୍ତୀ ଦୃଶ୍ୟ ଦେଖାଇବା ସମ୍ଭବ ପର ନୁହେଁ ।

Get real time updates directly on you device, subscribe now.