fbpx

ବିଧାନସଭାର ଉପ ବାଚସ୍ପତି ହେଲେ ଭବାନୀ ଶଙ୍କର ଭୋଇ, ନାଁ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ

ଭୁବନେଶ୍ୱର: ଦୁଇ ଦୁଇ ଥର ତଳସରା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଭବାନୀ ଶଙ୍କର ଭୋଇ ହେଲେ ଉପ ବାଚସ୍ପତି । ବାଚସ୍ପତି ସୁରମା ପାଢ଼ୀ ତାଙ୍କ ନାଁ ଘୋଷଣା କରିଛନ୍ତି । ଭବାନୀ ଶଙ୍କରଙ୍କୁ ଉପ ବାଚସ୍ପତି ପ୍ରାର୍ଥୀ ଭାବରେ ଶାସକ ବିଜେପି ବାଛିଥିଲା । ଆଜି ସର୍ବ ସମ୍ମତି କ୍ରମେ ସେ ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି ।

୨୦୦୯ ଓ ୨୦୨୪ରେ ତଳସରାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଭବାନୀ ଶଙ୍କର ଭୋଇ । ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ତାଙ୍କୁ ସମ୍ମତି ଜଣାଇଛନ୍ତି । ଏହା ସହ କଂଗ୍ରେସର ସମର୍ଥନ ବି ରହିଛି ।

Get real time updates directly on you device, subscribe now.