fbpx

ଭଦ୍ରକରେ ଚିହ୍ନଟ ହୋଇଥିବା ୫ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍

ଭଦ୍ରକ, ୨୦ା୪(ଓଡ଼ିଶା ଭାସ୍କର): ଭଦ୍ରକରେ ଆଜି ଚିହ୍ନଟ ହୋଇଥିବା ୫ଜଣ କୋଲକାତା ଲିଙ୍କ୍ ଥିବା ସୂଚନା ମିଳିଛି । ୨୮ମାର୍ଚ୍ଚରୁ ୯ ଏପ୍ରିଲ ମଧ୍ୟରେ ୫ଜଣ ଯାକ କୋଲକାତାରୁ ଭଦ୍ରକ ଆସିଛନ୍ତି । ସେମାନେ ଟାଟା ମ୍ୟାଜିକ୍ ,ଟ୍ରକ୍, ବୋଲେରୋ, ଟାଟା ଏସି ଓ ମାରୁତି ଓମିନିରେ ଭଦ୍ରକ ଫେରିଥିଲେ । ୨୮ମାର୍ଚ୍ଚରେ ୨ଜଣ ଓ ୨୯ମାର୍ଚ୍ଚରେ ମଧ୍ୟ ୨ଜଣ ଫେରିଥିଲେ । ସେହିପରି ଏପ୍ରିଲ ୯ରେ ଜଣେ ଫେରିଥିଲେ । ୩ଜଣ ଭଦ୍ରକ ସ୍ଥିତ ବାସୁଦେବପୁରର ହୋଇଥିବା ବେଳେ ଅନ୍ୟ ୨ଜଣ ଭଣ୍ଡାରୀ ପୋଖରୀର ଅଞ୍ଚଳର ବୋଲି ଜଣାପଡ଼ିଛି । ସମସ୍ତ ଆକ୍ରାନ୍ତଙ୍କ ବୟସ ୪୮ରୁ ୫୮ ବର୍ଷ ହେବ ବୋଲି ସୂଚନା ରହିଛି । ଟାଟା ମ୍ୟାଜିକରେ ଆସିଥିବା ଆକ୍ରାନ୍ତ ୩ଜଣଙ୍କ ସହ ଆସିଥିଲେ । ବୋଲେରୋରେ ଆସିଥିବା ଆକ୍ରାନ୍ତ ୭ଜଣଙ୍କ ସହ ଆସିଥିଲେ । ମାରୁତି ଓମନିରେ ଆସିଥିବା ଆକ୍ରାନ୍ତ ୬ଜଣଙ୍କ ସହ ଆସିଥିବା ନେଇ ଜଣାପଡ଼ିଛି ।

Get real time updates directly on you device, subscribe now.