fbpx

କଣ୍ଟେନମେଣ୍ଟ ଜୋନରୁ ଅସୁଛି ଚିକେନ ବିରିଆନି,ପିଜା,ସିଙ୍ଗଡା ଓ ମିଠାର ଅର୍ଡର । ପୋଲିସର ମୁଣ୍ଡବିନ୍ଧା ।

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର):କରୋନା ସଂକ୍ରମଣ ରୋକିବାକୁ ଲକ ଡାଉନ କରାଯାଇଛି ।ଅତି ସମ୍ବେଦନଶୀଳ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ଯାହାର ଅର୍ଥ ହେଉଛି ଦରକାରୀ ସାମଗ୍ରୀ ଆଣିବାକୁ ବି ଆପଣ ଘରୁ ବାହାରି ପାରିବେ ନାହିଁ । ଟୋଲଫ୍ରି ନମ୍ବରକୁ ଫୋନ କଲେ ପୋଲିସ ବା ସ୍ଥାନୀୟ କର୍ତ୍ତୃପକ୍ଷ ହୋମ ଡେଲିଭରି କରିବେ । କିନ୍ତୁ ଦିଲ୍ଲୀର କଣ୍ଟେନମେଣ୍ଟଜୋନରୁ ଲେକେ ଏଭଳି ଅର୍ଡର ସବୁ ଦେଉଛନ୍ତି ଯେ ପୁଲିସର ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲାଣି । ଅସୁବିଧା ସମୟରେ ଏହି ଜୋନରେ ପନିପରିବା,କ୍ଷୀର ପାଣି ପ୍ରଭୃତି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯୋଗାଇବାକୁ ପୋଲିସ ଡ୍ୟୁଟି କରୁଛନ୍ତି । ପୋଲିସ ହ୍ୱାଟସଆପ ଗ୍ରୁଫ କରି ଲୋକଙ୍କୁ ସେଥିରେ ଅବଶ୍ୟକୀୟ ସାମଗ୍ରୀ ର ଲିଷ୍ଟ ଦେବାକୁ କହିଛି । କିନ୍ତୁ ଲୋକେ ଏଥିରେ ଚିକେନ ବିରିଆନି ,ମଟନ ,ସିଙ୍ଗଡା ଓ ମିଠା ଯୋଗାଇ ଦେବାକୁ ଅନୁରୋଧ କରୁଛନ୍ତି ।ଗୋଟିଏ ବା ଦୁଇଟି ଅର୍ଡର ନୁହେଁ ପ୍ରତିଦିନ ଏଭଳି ହଜାର ହଜାର ଅର୍ଡର ଆସୁଛି ।

Get real time updates directly on you device, subscribe now.