fbpx

୩୦୦ ୟୁନିଟ ମାଗଣା ବିଜୁଳି ଦେବେ ପଞ୍ଜାବ ସରକାର! ଆସନ୍ତାକାଲି କରିପାରନ୍ତି ଘୋଷଣା

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆସନ୍ତାକାଲି ରାଜ୍ୟବାସୀଙ୍କୁ ଖୁସି ଖବର ଦେଇ ପାରନ୍ତି । ପ୍ରତି ପରିବାରକୁ ମାଗଣାରେ ୩୦୦ ୟୁନିଟ ବିଜୁଳି ଦେବାକୁ ଘୋଷଣା କରି ପାରନ୍ତି । ଭଗବନ୍ତଙ୍କ ନେତୃତ୍ୱରେ ପଞ୍ଜାବରେ ଆପ ସରକାର କାଲି ଏକ ମାସ ପୁରଣ କରିବ । ଏହା ପୁର୍ବରୁ ଗୁରୁବାର ଭଗବନ୍ତ ୧୬ ଏପ୍ରିଲରେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଦେବା ପାଇଁ ଘୋଷଣା କରି ସାରିଛନ୍ତି ।

ବିଧାନସଭା ନିର୍ବାଚନ ସମୟରେ ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ମାଗଣାରେ ବିଜୁଳି ଦେବାକୁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ । ଏହାର ଗୋଟିଏ ଦିନ ପୁର୍ବରୁ ଭଗବନ୍ତ ମୁଖ୍ୟ ଶାସନ ସଚିବ ଅନିରୁଦ୍ଧ ତିୱାରୀ, ବିଜୁଳି ବିଭାଗ ସଚିବ ଦିଲ୍ଲୀପ କୁମାର ଏବଂ ରାଜ୍ୟ ବିଜୁଳି ନିଗମ ସହିତ ଏହାର ଗୋଟିଏ ଦିନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଏକ ବୈଠକ କରି ମୁଖ୍ୟ ଶାସନ ସଚିବ ଅନିରୁଦ୍ଧ ତିୱାରୀ, ଶକ୍ତି ସଚିବ ଦିଲୀପ କୁମାର ଏବଂ ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ ଲିମିଟେଡ (ପିଏସପିସିଏଲ) ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ରାଜ୍ୟରେ କ୍ଷମତାକୁ ଆସିବା ପୁର୍ବରୁ ୩୦୦ ୟୁନିଟ ବିଜୁଳି ମାଗଣାରେ ଦେବାକୁ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ । ଏଥି ସହିତ ପୁରୁଣା ବିଲ ଗୁଡ଼ିକ ଉପରେ ଛାଡ଼ କରିବାକୁ ଘୋଷଣା କରିଥିଲେ । ରାଜ୍ୟରେ ପୁର୍ବରୁ କଂଗ୍ରେସ ସରକାର କୃଷି ଏବଂ ସମସ୍ତ ଅନୁସୂଚିତ ଜାତି, ପଛୁଆ ଜାତି ଏବଂ ଦାରିଦ୍ର୍ୟ ରେଖା ତଳେ ଥିବା ପରିବାରମାନଙ୍କୁ ମାଗଣାରେ ବିଜୁଳି ପ୍ରଦାନ କରୁଛନ୍ତି ।

Get real time updates directly on you device, subscribe now.