fbpx
BJD SKY
BJD SKY

କୋଭିଡ୍ ରୋଗୀଙ୍କ ପାଇଁ ୫୦୦ ଅକ୍ସିଜେନ୍ କନସେନଟ୍ରେଟର୍ ର ସୁବିଧା କଲେ ସଲମାନ

BJD

ନୂଆଦିଲ୍ଲୀ : ଭାରତ ବର୍ତ୍ତମାନ କୋଭିଡ୍ ମହାମାରୀ ସଙ୍କଟ ଦେଇ ଗତି କରୁଛି । କୋଭିଡର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଏବଂ ବେଡ୍ ର ଅଭାବ ଦେଖା ଦେଇଛି । ଯେଉଁଥିପାଇଁ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏହି ସମୟରେ ବଲିଉଡ୍ ସେଲିବ୍ରିଟି ମାନେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେମାନେ ବିଭିନ୍ନ ପ୍ରକାରରେ କୋଭିଡ୍ ଜନିତ ସାହାଯ୍ୟ ଯୋଗଉଛନ୍ତି । ତେବେ ଏହି କ୍ରମରେ କୋଭିଡ୍ ରୋଗୀଙ୍କ ପାଇଁ ୫୦୦ ଅକ୍ସିଜେନ୍ କନସେନଟ୍ରେଟର୍ ର ବନ୍ଦୋବସ୍ତ କରିଛନ୍ତି ବଲିଉଡ୍ ଅଭିନେତା ସଲମାନ ଖାନ୍ । ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ସୁଚନା ଦେଇଛନ୍ତି ।

 

View this post on Instagram

 

A post shared by Salman Khan (@beingsalmankhan)

ସେ ଇନଷ୍ଟାଗ୍ରାମରେ ଅକ୍ସିଜେନ୍ କନସେନଟ୍ରେଟର୍ ର ଫଟୋ ସେୟାର କରି କ୍ୟାପସନ୍ ରେ ଲେଖିଛନ୍ତି ଯେ, ୫୦୦ ଅକ୍ସିଜେନ୍ କନସେନଟ୍ରେଟର୍ ମୁମ୍ବାଇରେ ପହଞ୍ଚିଯାଇଛି । ଯେଉଁ କୋଭିଡ୍ ରୋଗୀ ମାନେ ଅକ୍ସିଜେନ୍ ର ଆବଶ୍ୟକତା କରୁଛନ୍ତି ସେମାନେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ ନଚେତ୍ ମେସେଜ୍ ଜରିଆରେ ଜଣାନ୍ତୁ । ଆମେ ଆପଣଙ୍କୁ ଅକ୍ସିଜେନ୍ କନସେନଟ୍ରେଟର୍ ମାଗଣାରେ ଯୋଗଇବୁ ।

ଏହି ପୋଷ୍ଟ ପରେ ଅନେକ ଲୋକ ତାଙ୍କର ଏହି କାମ ପାଇଁ ଧନ୍ୟବାଦ ଜଣାଇବା ସହିତ ପ୍ରଶଂସା କରିଛନ୍ତି । ଯାହା ସେମାନେ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି । ସୁଚନାଯୋଗ୍ୟ, ସଲମାନଙ୍କ ନିକଟରେ ଫିଲ୍ମ ରାଧେ ରିଲିଜ୍ ହୋଇଛି । କୋଭିଡ୍ ମହାମାରୀ କାରଣରୁ ଫିଲ୍କଟିକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଇଛି । ବର୍ତ୍ତମାନ ଅନେକ ଲୋକପ୍ରିୟତା ସାଉଁଟୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.