fbpx

ବସୁନ୍ଧରା ରାଜେଙ୍କୁ ଭେଟିଲେ ଭଜନଲାଲ ଶର୍ମା; ଜାଣନ୍ତୁ କ’ଣ ରହିଛି ରାଜନୈତିକ କାରଣ?

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗଣତନ୍ତ୍ର ଦିବସ ସମାରୋହରୁ ମୁକ୍ତ ହେବା ପରେ ଶୁକ୍ରବାର (ଜାନୁଆରୀ ୨୬) ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ ପରେ ରାଜନୈତିକ ମାହଲ ପୁରା ସରଗରମ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ହେବାର ପ୍ରାୟ ଦେଢ଼ ମାସ ପରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ପ୍ରଥମ ଥର ପାଇଁ ବସୁନ୍ଧରା ରାଜେଙ୍କୁ ଭେଟିବାକୁ ଯାଇଛନ୍ତି।

ଗତ ଡିସେମ୍ବରମାସରେ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି (ବିଜେପି) ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ବସୁନ୍ଧରା ରାଜେଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ରଖାଯାଇଥିଲା। ତେବେ ଦଳୀୟ ହାଇକମାଣ୍ଡ ଡିସେମ୍ବର ୧୨ତାରିଖରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ଶର୍ମାଙ୍କୁ ଏହି ପଦ ପାଇଁ ବାଛିଥିଲେ। ଏହାପରେ ରାଜେ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ।

ସେ ଡିସେମ୍ବର ୩୦ରେ କ୍ୟାବିନେଟ୍ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଜାନୁଆରୀ ୫ ରେ ଦଳୀୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଧାୟକଙ୍କ ପାଇଁ ଆୟୋଜିତ ରାତ୍ରୀ ଭୋଜନରେ ମଧ୍ୟ ସେ ଉପସ୍ଥିତ ନଥିଲେ। ତେବେ ଏହି ବୈଠକ ସମ୍ପର୍କରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ।

 

Get real time updates directly on you device, subscribe now.