fbpx

ବାହାନଗା ରେଳ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୮୮, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଭୟାନକ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ନିଶ୍ଚିତ ହୋଇଛି । ସମସ୍ତ ପ୍ରକାରର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଜିଲ୍ଲାପାଳଙ୍କ ସୂଡ଼ାନ୍ତ ରିପୋର୍ଟ ଆଧାରରେ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଭୁବନେଶ୍ୱରକୁ ଆସିଥିଲା ମୋଟ ୧୯୩ଟି ମୃତଦେହ । ବାଲେଶ୍ୱରରେ ୯୪ଟି ମୃତଦେହ ପରିବାର ଲୋକଙ୍କୁ ଦିଆଯାଇଥିଲା । ଏହାସହ ଭଦ୍ରକ ମେଡିକାଲରେ ଜଣେ ମୃତଦେହକୁ ପରିବାରକୁ ଦିଆଯାଇଛି । ଭୁବନେଶ୍ୱରକୁ ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ ହୋଇ ପରିବାର ଲୋକଙ୍କୁ ଦିଆଯାଇଛି ।

ସମୁଦାୟ ୨୮୮ରୁ ୨୦୫ଟି ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର ହୋଇଛି । ବାକି ୮୩ଟି ମୃତଦେହ ରହିଛି । ସେ ସମସ୍ତ ଶବଙ୍କର ଡିଏନଏ ସାମ୍ପଲ ରଖାଯାଇଛି । ମୃତଦେହ ମାନଙ୍କର ଦାବିଦାର ଆସିଲେ ଡିଏନଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି ।

 

https://twitter.com/IPR_Odisha/status/1666046099151540228?s=20

Get real time updates directly on you device, subscribe now.