fbpx

ଭଞ୍ଜନଗରରେ ଅଘଟଣ: ଭାଉଜକୁ ମରଣାନ୍ତକ ଆକ୍ରମଣ କରି ଜେଲ ଗଲା ଦିଅର

ଭଞ୍ଜନଗର, (ଓଡ଼ିଶା ଭାସ୍କର) : ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବେରୁଆଁବାଡି ଗ୍ରାମର ଘଟିଛି ଅଘଟଣ । ପୂର୍ବଶତ୍ରୃତାକୁ ନେଇ ଦିଅର ମାଡରେ ଭାଉଜ ଗୁରୁତର । ଗାଲେରୀ ଫାଣ୍ଡିରେ ଭାଉଜର ମା ଶାନ୍ତି ନାଇକଙ୍କ ଲିଖିତ ଅଭିଯୋଗକୁ ନେଇ ଅଭିଯୁକ୍ତ ଦିଅର ନରି ନାଇକକୁ ଗିରଫ କରାଯାଇଛି । ପରେ ନରିକୁ କୋର୍ଟ ଚାଲାଣ କରିଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାଇକ ସୂଚନା ଦେଇଛନ୍ତି ।

ଖବର ଅନୁସାରେ, ପ୍ରତାପ ଓ ନରି ଦୁଇ ଭାଇଙ୍କ ଭିତରେ ବାପାଙ୍କ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ପୂର୍ବଶତ୍ରୃତା ଲାଗି ରହିଥିଲା । ଏହି ଭିତରେ କୁନିର ସ୍ୱାମୀ ପ୍ରତାପ ତାମିଲିନାଡୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ନରି ।

ଘରକୁ ଯାଇ ଭାଉଜକୁ ମାଡମାରିବା ସହ ଚୁଟି ଧରି ବାହାରକୁ ଆଣିବାକୁ ପ୍ରୟାସ କରିଥିଲା ନରି । କିନ୍ତୁ ଠିକ୍ ସେତିକିବେଳେ ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚିଯିବାରୁ ନରି ଚମ୍ପଟ ମାରିଥିଲା । ଗୁରୁତର ଅବସ୍ଥାରେ କୁନିଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ କୁନିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.