fbpx
BJD SKY
BJD SKY

ଭାରତ ବନ୍ଦ; ୨ ଦିନ ପାଇଁ ବନ୍ଦ ରହିବ ଏହି ସେବା, ହରିୟାଣାରେ ୩୦୦୦ ବସ୍ ଚଳାଚଳ ଠପ୍

BJD

ନୂଆଦିଲ୍ଲୀ: ଟ୍ରେଡ୍ ୟୁନିଅନ ପକ୍ଷରୁ ଦୁଇଦିନିଆ ଅର୍ଥାତ୍ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦିନ ଭାରତ ବନ୍ଦ ପାଇଁ ଘୋଷଣା କରାଯାଇଛି । ଆଜି ପଶ୍ଚିମବଙ୍ଗ, କେରଳ ସମେତ କିଛି ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ହାୱଡ଼ାରେ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିଛନ୍ତି । ୟୁନିଅନର କହିବା ମୁତାବକ, ଏହି ବନ୍ଦ ଡାକରା ସରକାରୀ କର୍ମଚାରୀ, ଚାଷୀ ଓ ସାଧାରଣ ନାଗରିକଙ୍କୁ ପ୍ରଭାବିତ କରୁଥିବା ନୀତି ବିରୋଧରେ ଦିଆଯାଇଛି । ଏଥିରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ସଡ଼କପଥ, ବିଦ୍ୟୁତ କର୍ମଚାରୀମାନେ ଯୋଗଦେଇଛନ୍ତି । ଏହା ଅନେକ ସେବା ଉପରେ ପ୍ରଭାବ ପକାଇପାରେ । ଭାରତ ବନ୍ଦ ଯୋଗୁଁ ୨ ଦିନ ପାଇଁ ସମସ୍ତ ବ୍ୟାଙ୍କ ସେବା ବନ୍ଦ ରହିବ । କିନ୍ତୁ ଅନଲାଇନ୍ ବ୍ୟାଙ୍କ ସେବା ବନ୍ଦ ରହିବ । ହରିୟାଣାରେ ଧର୍ମଘଟ ଯୋଗୁଁ ୩୦୦୦ ବସ୍ ଚଳାଚଳ ବନ୍ଦ ହୋଇଛି । ପଶ୍ଚିମବଙ୍ଗର ହାୱାରାରେ ଏହାର ମିଶ୍ରିତ ପ୍ରଭାବ ଦେଖାଇଲା । କୌଣସି ସ୍ଥାନରେ ବଜାର ଏବଂ ଅନ୍ୟାନ୍ୟ ସେବା ବନ୍ଦ କରାଯାଉଥିବା ଦେଖିବାକୁ ମିଳିଛି ।

ତେବେ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିବା ସହ ସରକାରୀ ବ୍ୟାଙ୍କର ଘରୋଇ କରଣ ଏବଂ ବ୍ୟାଙ୍କି ଆଇନ ଅଧିନିୟମ- ୨୦୨୧କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବେ । ବ୍ୟାଙ୍କ ସେବା ସହିିତ ପେଟ୍ରୋଲ ପମ୍ପଗୁଡିକ ମଧ୍ୟ ବନ୍ଦ ରହିବ । ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ସରକାରଙ୍କ ନୀତି ବିଭିନ୍ନ କ୍ଷେତ୍ରର ଶ୍ରମିକ, ଚାଷୀ ଏବଂ ଜନତାଙ୍କ ସ୍ୱାର୍ଥକୁ ଅତି ମାତ୍ରାରେ ପ୍ରଭାବିତ କରୁଥିବା ସଂଘଗୁଡ଼ିକ ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଆଇନ କର୍ମଚାରୀ, କୃଷକ ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଏହି ବନ୍ଦ ଡାକରାରେ ପରିବହନ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ସାମିଲ ହେବେ । ସେମାନଙ୍କ ସହ ରେଳ ଓ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ତଥା କୋଇଲା, ଇସ୍ପାତ, ତୈଳ, ଟେଲିକମ୍ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ୧୨ ଦଫା ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି । ଆନ୍ଦୋଳନ ସମୟରେ କଳକାରଖାନା, ଦୋକାନ ବଜାର, ବସ୍ ଟ୍ରକ୍ ଚଳାଚଳ ଓ ପରିବହନ ସେବା ବନ୍ଦ ରହିବ ।

Get real time updates directly on you device, subscribe now.