fbpx
BJD SKY
BJD SKY

ବୁଷ୍ଟର ଡୋଜ୍ ର ଅନୁମତି ମାଗିଲା ଭାରତ ବାୟୋଟେକ୍

BJD

ନୂଆଦିଲ୍ଲୀ: କୋଭାକ୍ସିନ ବୁଷ୍ଟର ଡୋଜ୍ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍ । ଫେଜ୍-୩ ଟ୍ରାଏଲ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍ ।

ଭାରତ ବାୟୋଟେକ୍ ନାକ ମାଧ୍ୟମରେ ଦିଆଯାଉଥିବା କୋଭିଡ ଭାକ୍ସିନର ବୁଷ୍ଟର ଡୋଜ୍ ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇକୁ ଅନୁମତି ପାଇଁ ଆବେଦନ କରିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଭାକ୍ସିନର ଖାସ୍ କଥା ହେଉଛି ଏହା କୋଭାକ୍ସିନ ଏବଂ କୋଭିସିଲ୍ଡ ଉଭୟ ମଧ୍ୟରୁ କୌଣସିବି ଟିକା ନେଇଥିବା ଲୋକମାନଙ୍କୁ ଦିଆଯାଇପାରିବ ।

ଭାରତ ବାୟୋଟେକ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ କୃଷ୍ଣା ଏଲ୍ଲା ଗତ ନଭେମ୍ବରରେ ନାକରେ ଦିଆଯିବା ଟିକା ଉପରେ ଜୋର ଦେଇଥିଲେ । ଏହା ସହ ସେ ବୁଷ୍ଟର ଡୋଜ୍ ସମ୍ବନ୍ଧରେ ମଧ୍ୟ କହିଥିଲେ ଏବଂ କହିଥିଲେ ଯେ କୋଭିଡ ଟିକାର ଛଅ ମାସ ପରେ ତୃତୀୟ ଡୋଜ ଦେବା ଦରକାର । ଏହା ଉଚିତ୍ ସମୟ ।

Get real time updates directly on you device, subscribe now.