fbpx

SDJM କୋର୍ଟରେ ଖାରଜ ହେଲା ସୁମିତଙ୍କ ଆବେଦନ: ଖୁସି ବ୍ୟକ୍ତ କଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋର୍ଟରେ ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘରୋଇ କଳି ମାମଲାର ଆଜି ଶୁଣାଣି ରହିଥିଲା । ଏସଡିଜେଏମ୍ କୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ସୁମିତଙ୍କ ପିଟିସନ ଖାରଜ କରି ଦେଇଛନ୍ତି ଏସଡିଜିଏମ କୋର୍ଟ । ସୁମିତଙ୍କ ଓକିଲ ୧୫ ଦିନର ମହଲତ ମାଗିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ ।

କୋର୍ଟଙ୍କ ନିଷ୍ପତ୍ତି ପଗେର ଖୁସି ଜାହିର କରିଛନ୍ତି ତପସ୍ୱିନୀ ଦାସ । ତପସ୍ୱିନୀ କହିଛନ୍ତି ଯଦି ତମେ ସତରେ ଅଛ ଆଉ ଠିକ୍ କହୁଛ ତାହେଲେ ୧୫ ଦିନ ଲେଖାଏଁ କାହିଁକି ସମୟ ଗଡଉଛ ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ । ଏଥିରେ ଖୁସି ଜାହିର କରିଥିଲେ ହେଁ ତାଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାର ମିଳିଲେ ହିଁ ସେ ଖୁସି ହେବେ ବୋଲି କହିଛନ୍ତି ତପସ୍ୱିନୀ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.