fbpx

(Video) ପ୍ରାଣ ପ୍ରତିଷ୍ଠାରେ ଭବ୍ୟ ଉପହାର ଦେଲେ ‘ଭରତ’: ଶ୍ରୀରାମଙ୍କ ନାଁରେ ଶତକ ହାସଲ

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ଆଗମନରେ ସାରା ଦୁନିଆ ରାମ ରସରେ ମଜ୍ଜି ଯାଇଛି । ଦେଶର କେଶ-ଅନୁକୋଣରେ ରାମଧ୍ୱନି ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ପବିତ୍ର ତିଥି ବୋଲି ବିବେଚନା କରାଯାଉଛି । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଭୁ ରାମଙ୍କ ମାମୁଁ ଘର ଏବଂ ନେପାଳର ଶ୍ୱଶୂର ଘର ନେପାଳରୁ ମଧ୍ୟ କିଛି ନା କିଛି ଉପହାର ଦେଇଛନ୍ତି । ତେବେ ଏହି ରାମଶକ୍ତି ବର୍ତ୍ତମାନ କ୍ରିକେଟ ଜଗତକୁ ବ୍ୟାପି ଗଲାଣି । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଶେଷ ହେବା ପରେ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହାପୂର୍ବରୁ ଭାରତୀୟ ଦଳର ଷ୍ଟାର ୱିକେଟ କିପର କି.ଏସ ଭରତ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଏକ ବିସ୍ପୋରକ ଶତକ ହାସଲ କରି ନିଜକୁ ପ୍ରମାଣିତ କରିଛନ୍ତି । ତେବେ ଏହି ଶତକ ସେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନାମରେ କରିଛନ୍ତି । ଇଂଲଣ୍ଡ ଲାୟନ୍ସ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୧୫ ଚୌକା ସହ ୧୧୬ ରନର ଦମଦାର ପାଳି ଖେଳିଛନ୍ତି କେ.ଏସ ଭରତ । ଏହି ଶତକକୁ ସେ ଶ୍ରୀରାମଙ୍କୁ ସମର୍ପିତ କରିଛନ୍ତି । ଏକ ନିଆରା ଢଙ୍ଗରେ ପ୍ରଭୁ ଶ୍ରୀରାମଙ୍କୁ ସେ ଏକ ସ୍ୱତନ୍ତ୍ର ଉପହାର ଭେଟି ଦେଇଛନ୍ତି । ଇଂଲଣ୍ଡ ଲାୟନ୍ସ ବିପକ୍ଷ ମ୍ୟାଚରେ ଶତକ ହାସଲ କରିବା ପରେ ମଇଦାନ ଭିତରେ ଧନୁରେ ବାଣ ଲଗାଇ ମାରିବା ପରି ପୋଜ୍ ଦେଇଥିଲେ । ଏହାପରେ ପ୍ରଭୁ ଶ୍ରୀରାମଙ୍କୁ ପ୍ରଣାମ କରି ଏହି ଶତକ ଶ୍ରୀରାମଙ୍କ ପାଇଁ ଉପହାର ଭେଟି ଦେଇଛନ୍ତି କେ.ଏସ ଭରତ ।

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପତିଷ୍ଠା ପୂର୍ବରୁ କେ.ଏସ ଭରତ ଏମିତି ଏକ କାରନାମା କରି କୋଟି କୋଟି କ୍ରିକେଟପ୍ରେମୀ ଏବଂ ରାମଭକ୍ତଙ୍କ ହୃଦୟ ଜିତି ନେଇଛନ୍ତି । ଭରତଙ୍କର ଏହି ପୋଜ୍ ସମସ୍ତଙ୍କୁ ପସନ୍ଦ ଆସିଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୱିକେଟ କିପିଙ୍ଗ ଭାର ସମ୍ଭାଳିପାରନ୍ତି । ଏମିତି ହେଲେ କେ.ଏଲ ରାହୁଲ ଜଣେ ସ୍ପେଶାଲିଷ୍ଟ ବ୍ୟାଟର ଭାବରେ ଦଳରେ ସ୍ଥାନ ପାଇବେ । ଆସନ୍ତା ୨୫ ତାରିଖରୁ ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ରୋହିତ ଶର୍ମା ଦଳର ନେତୃତ୍ୱ ନେଉଥିବା ବେଳେ କେ.ଏସ ଭରତ ଦଳରେ ସାମିଲ ରହିଛନ୍ତି ।

Get real time updates directly on you device, subscribe now.