fbpx

ରାଜଧାନୀରେ ଜାରି ହେଲା ଭସାଣ ଗାଇଡଲାଇନ୍; ଜାଣନ୍ତୁ କ’ଣ ରହିଛି ଯାନବାହନ କଟକଣା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜଧାନୀ ଭୁବନେଶ୍ୱରରେ ଆସନ୍ତା କାଲି ଅପରାହ୍ନ ୩ଟାରୁ ଭସାଣ ଆରମ୍ଭ ହେବ । ସେଥିଲାଗି ଗାଇଡଲାଇନ୍ ଜାରି ହୋଇଛି । ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ କଟକଣା ରହିବ । ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ଛକ ଯାଏଁ ଯାନବାହନ ମନା । ବାଣୀବିହାରରୁ ସବୁ ଯାନବାହନ ଆଚାର୍ଯ୍ୟବିହାର ହୋଇ ଯିବ ।

ଜନପଥ ରାସ୍ତାରେ ଯାନବାହନ ମନା, ସଚିବାଳୟ ରାସ୍ତା ଦେଇ ଯିବ । ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ଯିବା ମନା । ସେସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ । ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍‌ରେ ଯିବ । ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ।

Get real time updates directly on you device, subscribe now.