fbpx

୬ରେ ଭିତକନିକା ପକ୍ଷୀ ଗଣନା

କେନ୍ଦ୍ରାପଡା,୪ ।୧(ଓଡିଶା ଭାସ୍କର): ଜାନୁଆରି ୬ରେ କେନ୍ଦ୍ରପଡା ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହେବ । ସକାଳ ୬ଟାରୁ ଦିନ ୧ଟା ଯାଏ ଚାଲିବ ଏହି ପକ୍ଷୀ ଗଣନା । ଏଥିପାଇଁ ୧୧ଟି ଟିମ୍ ଗଠିତ ହୋଇଥିବା ବେଳେ ପ୍ରତି ଟିମରେ ୪ରୁ ୫ ଜଣ ସଦସ୍ୟ ଅଛନ୍ତି ।

ତେବେ ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ ରୁ ଜାନୁୟାରୀ ୪ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥିଲା । ପ୍ରତିବର୍ଷ ଏହି ସମୟରେ ଜୁଆରକୁ ଲକ୍ଷ୍ୟ କରି କୁମ୍ଭୀର ଗଣନା କରାଯାଇଥାଏ । ଏହି ସମୟରେ ସ୍ଥଳଭାଗରେ ଅଧିକ କୁମ୍ଭୀର ଦେଖାଯାଇଥାନ୍ତି । ତେଣୁ ଗତ ବର୍ଷ ଡିସେମ୍ଵର ୨୬ରୁ ଚଳିତ ବର୍ଷ ଜାନୁଆରୀ ୪ ଯାଏଁ ଭିତରକନିକା ବନ୍ଦ ରହିଥିଲା ।

Get real time updates directly on you device, subscribe now.