fbpx

ଆସନ୍ତାକାଲିଠୁ ବିଜେପିର ଜନସମ୍ପର୍କ ଯାତ୍ରା

ଭୁବନେଶ୍ୱର, ୪ା୧(ଓଡ଼ିଶା ଭାସ୍କର): ଆସନ୍ତାକାଲିଠୁ ନାଗରିକତା ସଂଶୋଧନ ଆଇନ ସଚେତନତା ପାଇଁ ଦେଶବ୍ୟାପୀ ବିଜେପିର ଜନସମ୍ପର୍କ ଯାତ୍ରା ହେବ । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ୨୦ହଜାର ଲୋକଙ୍କୁ ସଚେତନ କରିବେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ । ସେହିପରି ୬ରେ କଟକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର ଓ ଜୟପୁରରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେବ । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୟୁରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ୍ ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ପାସ ହୋଇଥିଲା । ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍ ଉପରେ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଥିଲା । ଏହା ଆଇନରେ ପରିଣତ ହେବା ପରେ ଦେଶବ୍ୟାପୀ ହିଂସାକାଣ୍ଡ ଓ ବିକ୍ଷୋଭ ସହ ପୋଡ଼ାଜଳା ହୋଇଥିବା ଦେଖାଦେଇଥିଲା ।

Get real time updates directly on you device, subscribe now.