ଥାନାରେ ଯୁବକଙ୍କ ହାତ-ଗୋଡ଼ ବାନ୍ଧି ନିର୍ଯାତନା ମାମଲା, ଭୋଗରାଇ ଥାନା IIC ସସ୍‌ପେଣ୍ଡ୍

ଥାନାରେ ଅମାନୁଷିକ ଦଣ୍ଡ ଦେଇ ସସପେଣ୍ଡ ହେଲେ ଭୋଗରାଇ ଆଇଆଇସି ।

ଭୁବନେଶ୍ବର: ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିବା ଘଟଣା । ନିଲମ୍ବିତ ହେଲେ ଭୋଗରାଇ ଆଇଆଇସି । ଶ୍ରୀବଲ୍ଲଭ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଛି ।

ଆଇଆଇସି ସସପେଣ୍ଡ- କାର୍ଯ୍ୟରେ ଅବହେଳା ପାଇଁ ଡିଜିପି ସସ୍‌ପେଣ୍ଡ୍ କରିଛନ୍ତି । ଖବର ଅନୁସାରେ, ଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିଲେ । କୌଣସି ମାମଲା ଦାୟର ହୋଇନଥିଲେ ସୁଦ୍ଧା ଥାନାରେ ବାନ୍ଧି ରଖି ନିର୍ଯାତନା ଦେଇଥିଲେ ।

ଅପରାଧ ମଧ୍ୟ କୌଣସି ବଡ଼ ନଥିଲା । ସାମାନ୍ୟ ବାଇକ୍‌ ଅଦଳ ବଦଳ ଘଟଣାକୁ ନେଇ ଏଭଳି ଦଣ୍ଡ ଦେଇଥିଲେ । ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଥାନାରୁ ମୁକୁଳିଥିଲେ ଯୁବକ ଜଣକ ।

କଣଥିଲା ଘଟଣା- ଭୋଗରାଇ ଥାନାରେ କୌଣସି ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଥାନାକୁ ଆଣି ନିର୍ଯାତନା ଦେଇଥିଲେ ଥାନା ଅଧିକାରୀ । ହ୍ୟାଣ୍ଡକପ ପକାଇ ଥାନାରେ ଗୋଡ଼ ବାନ୍ଧି ରଖିଥିଲେ । ଯୁବକ ଜଣକ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳ ।

ସେ ଏକ ମୋଟର ସାଇକେଲ ଅଦଳ ବଦଳକୁ କେନ୍ଦ୍ରକରି ବଚସା ହେବା ପରେ ପୋଲିସ ତାଙ୍କୁ ଉଠାଇ ଆଣିଥିଲା । ତେବେ ତାଙ୍କୁ ଅମାନୁଷିକ ନିର୍ଯାତନା ଦେଇଥିବା ନେଇ ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ଏନେଇ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବିଷୟରେ ଜାଣିବା ପରେ ସିଧା ଥାନାକୁ ଯାଇଥିଲେ ।

ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଥାନାରୁ ମୁକୁଳାଇ ଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । କର୍ମଚାରୀ ଅଭାବରୁ ଏପରି କରିଥିଲୁ ବୋଲି IIC ଖାମଖିଆଲି ମନ୍ତବ୍ୟ ଦେଇଥିଲେ । ଏନେଇ ସିଧା ଥାନାରୁ ଭିଡିଓ କଲ୍‌ କରି IICଙ୍କ କାରନାମା SPଙ୍କୁ ଜଣାଇଥିଲେ । ଏହାପରେ ତାଙ୍କୁ ବର୍ତ୍ତମାନ ସସପେଣ୍ଡ କରାଯାଇଛି ।