fbpx

(Video) କୋଟି କୋଟି ଟଙ୍କା ଠକି ଭୋଜପୁରୀ ସିନେମା ତିଆରି କରୁଥିଲା ପ୍ରାଇଭେଟ କମ୍ପାନୀ: ଓଡ଼ିଶା ମୁଖ୍ୟଙ୍କୁ ଧରିଲା ପୋଲିସ୍

ଇଓଡବ୍ଲୁ ହାତରେ ଧରାପଡ଼ିଲା ଠକ । କୋଟିଏ ନୁହେଁ କି ଦୁଇ କୋଟି ୫୦୦ କୋଟି ଠକିଥିଲା ଏହି ଠକ । ତାହା ପୁଣି ସାଧାରଣ ଲୋକଙ୍କଠାରୁ । ଖାଲି ସେତିକି ନୁହେଁ ଏହି ଠକ ଟଙ୍କାଙ୍କୁ ଲଗାଉଥିଲା ଫିଲ୍ମ ନିର୍ମାଣରେ । ଓଡ଼ିଶା ସହ ବିଭିନ୍ନ ରାଜ୍ୟର ଚଳାଇଥିଲା ତାହାର ଠକ କାରନାମା । ଆଉ ଏବେ ଏହି ଅନ୍ତଃରାଜ୍ୟ ଠକକୁ ଗିରଫ କରିଛି ଇଓଡବ୍ଲୁ ।

ସକସେସ ଅନଲାଇନ ସର୍ଭିସ ସିଷ୍ଟମ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକଙ୍କୁ  ବିଭିନ୍ନ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଲୁଟ କରୁଥିଲା । କମ୍ପାନୀର ହେଡ ଅଫିସ ଦିଲ୍ଲୀରେ ରହିଥିବାବେଳେ କମ୍ପାନୀ ଓଡ଼ିଶାରୁ ପ୍ରାୟ ୧୪୦୦ – ୧୫୦୦ ଲୋକଙ୍କ ଠାରୁ ପାଖାପାଖି ୫୦୦ କୋଟି ଟଙ୍କା ଲୁଟ କରିଛନ୍ତି । ଏହି ଘଟଣାରେ କମ୍ପାନୀର ଓଡ଼ଶା ଶାଖା ମୁଖ୍ୟ ନିଖିଲାନନ୍ଦ ପଶୁପାଳକଙ୍କୁ କରିଛି ପୋଲିସ ।

ଓଡ଼ିଶା ବ୍ୟତୀତ ଝାଡ଼ଖଣ୍ଡ, ହିମାଞ୍ଚଳ ପ୍ରଦେଶ ଆଦି ରାଜ୍ୟରେ ଏହି କମ୍ପାନୀର ସଦସ୍ୟମାନେ ସକ୍ରିୟ ଥିବା ସୂଚନା ମିଳିଛି । ଏହି ସବୁ ଲୁଟ ଟଙ୍କାରେ ଏମାନେ ବିଭିନ୍ନ ଭୋଜପୁରୀ ଚଳଚ୍ଚିତ୍ରରେ ନିବେଶ କରିବା ସହ ନିଖିଳ ନନ୍ଦ ପଶୁପାଳକ ନିଜେ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ ଅଭିଯୁକ୍ତଙ୍କୁ ବ୍ରହପୁର ଓପିଆଇଡି କୋର୍ଟରେ ହାଜର କରାଯିବ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.