fbpx

ମୁମ୍ବାଇର ଏକ ବିଲ୍ଡିଂରୁ ଡେଇଁ ପ୍ରାଣ ହାରିଲେ ଆଇନ୍ ଛାତ୍ରୀ, ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଜବତ କରିଲା ପୋଲିସ

Advertisement

ମୁମ୍ବାଇ: ସୋମବାର ମୁମ୍ବାଇରେ ଆଇନ୍ ପଢ଼ୁଥିବା ଜଣେ ଛାତ୍ରୀ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ର କ୍ୟାଡର ଆଇଏଏସ୍ ଅଧିକାରୀ ରାଧିକା ଏବଂ ବିକାଶ ରସ୍ତୋଗୀଙ୍କ ସୁପୁତ୍ରୀ ଲିପି ରସ୍ତୋଗୀ । ଘଟଣାସ୍ଥଳରୁ ପୋଲିସ ସୁଇସାଇଡ୍ ନୋଟ୍ ଜବତ କରିଥିବାର ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ହରିୟାଣାର ସୋନିପତରୁ ଲିପି ରସ୍ତୋଗୀ ଏଲଏଲବି ଅଧ୍ୟୟନ କରୁଥିଲେ । ସୋମବାର ୨୭ ବର୍ଷୀୟ ଲିପି ରାଜ୍ୟ ସଚିବାଳୟ ନିକଟସ୍ଥ ଏବଂ ବିଲ୍ଡିଂର ୧୦ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହା ପରେ ଉକ୍ତ ପରିସରର ଗାର୍ଡ଼ ଲିପିର ପରିବାରକୁ ଖବର ଦେଇଥିଲେ । ଏହା ପରେ ଲିପିଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ପୋଲିସକୁ ଘଟଣାସ୍ଥଳରେ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା ଯେଉଁଥିରେ ଲେଖାଥିଲା ଯେ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ ନ କରାଯାଉ । ତେବେ ପୋଲିସ ସୂତ୍ରରୁ ପ୍ରକାଶ ଯେ ଲିପି ପାଠପଢ଼ାର ଚାପ ଯୋଗଁ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ । ସେଥିପାଇଁ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ।

 

 

Get real time updates directly on you device, subscribe now.