fbpx

ଲକ୍ ଡାଉନରେ କାମାନ୍ଧଙ୍କ ବର୍ବରତା , ଦୃଷ୍ଟିହୀନ ମହିଳାଙ୍କୁ ଦୁଷ୍କର୍ମ

Advertisement

ଭୁବନେଶ୍ୱର , ୧୮ । ୪(ଓଡିଶା ଭାସ୍କର ): ଲକ୍ ଡାଉନରେ ରାସ୍ତାଘାଟ ଶୁନଶାନ । ଏହାର ସୁଯୋଗ ଉଠାଇଛି କାମାନ୍ଧ । ଲକ୍ଡାଉନ ଯୋଗୁ ସ୍ୱମୀ ଓ ପୁଅ ରାଜସ୍ଥାନରେ ଥିବାରୁ ଭୋପାଳରେ ରହୁଥିବା ଦୃଷ୍ଟିହୀନ ମହିଳାଙ୍କ ସହ କରିଛି ଦୁଷ୍କର୍ମ । ମହିଳା ଜଣକ ଘରେ ଶୋଇଥିବା ବେଳେ ଦୁବୃତ୍ତ ଜଣକ ଘର ଭିତରେ ପଶିଥିଲା । ମହିଳା ଜଣଙ୍କୁ ମାଡିବସି ତାଙ୍କ ସହ ଦୁଷ୍କର୍ମ କରିଥିଲା । ମହିଳା ଜଣକ ପାଟି କରିବାରୁ ସ୍ଥନୀୟ ଲୋକ ଏକାଠି ହୋଇଥିଲେ । ସେତେବେଳକୁ କିନ୍ତୁ ବ୍ୟକ୍ତି ଜଣକ ଫେରାର ହୋଇଯାଥିଲା । ମହିଳା ଜଣକ ସ୍ଥନୀୟ ଏକ ବ୍ୟାଙ୍କରେ ଚାକିରୀ କରନ୍ତି । ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜ୍ଜୁ ହୋଇଥଲା । ସାହାପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.