fbpx

ଆମେରିକାର ଅଜବ ନୀତି,ଭାରତଠୁ ମାଗିଲା ପାକିସ୍ଥାନକୁ ଦେଲା

ଭୁବନେଶ୍ୱର , ୧୮। ୪(ଓଡିଶା ଭାସ୍କର ): ଆମେରିକାରେ କରୋନା ତାଣ୍ଡବ । ଦିନକୁ ଦିନ ବଢ଼ୁଛି ମୃତ୍ୟୁ ସଂଖ୍ୟା । ପରିସ୍ଥତି ଏପରି ଯେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶକୁ ବୁଦ୍ଧି ବାଟ ଦେଖାଯାଉନି । କିନ୍ତୁ ଆମେରିକାର ଆଉ ଏକ ଅଜବ ନୀତି ଏବେ ସମନାକୁ ଆସିଛି । କିଛି ଦିନ ତଳେ ଆମେରିକା ରାଷ୍୍ରପତି ଡେନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରେନା ଚିିକିତ୍ସା ରେ ଉପଯୋଗ ହେଉଥିବା କ୍ଳୋରୋକୁଇନ ଟାବଲେଟ ମାଗିଥିଲେ । ଏପରିକି ଭାରତ ସହଯୋଗ ନକଲେ ସମସ୍ୟା ସୃଷ୍ଟି ହେବ ବୋଲି ପରୋକ୍ଷରେ ଧମକ ଦେଇଥିଲେ । କିନ୍ତୁ ଭରତ ପ୍ରଥମେ ନିଜ ଦେଶବାସୀ ଓ ପଡୋଶୀ ରାଷ୍ଟ୍ର ପାଇଁ ଡାବଲେଟ ଷ୍ଟକ ରଖି ପରେ ଆମେରିକାକୁ ଯୋଗାଇଥିଲା । ସେହିପରି ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ଯୋଗାଉଥିବା ପାଣ୍ଠି ମଧ୍ୟ ବନ୍ଦ କରିଥିଲା । ସମସ୍ତେ ଭାବୁଥିଲେ ଆମେରିକାର ଦମ୍ଭ ଭାଙ୍ଗିଯାଇଛି । କିନ୍ତୁ ଏବେ ଟ୍ରମ୍ପଙ୍କ ଏକ ନୂଆ ଘୋଷଣା ସଭିଙ୍କୁ ତାଜୁବ କରିଛି । କରେନା ମୁକାବିଲା ପାଇଁ ଆମେରିକା ପାକିସ୍ଥାନକୁ ୮.୪ ମିଲିଅନ ଆମେରିକୀୟ ଡଲାର ବା ପାଖାପାଖି ୬୫ କୋଟି ଟଙ୍କାର ସହୟତା ଦେଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.