fbpx
BSKY
BJD SHG SKY
BJD YOUTH SKY

ଭୁବନେଶ୍ୱର AIIMSରେ ନିଯୁକ୍ତି ସୁଯୋଗ: ଯୋଗ୍ୟତା ଅନୁସାରେ କରନ୍ତୁ ଆବେଦନ

ଭୁବନେଶ୍ୱର: ଭୁବନେଶ୍ୱର AIIMSରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଓଡ଼ିଶାସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ବିଭିନ୍ନ ବିଭାଗରେ ପ୍ରଫେସର ପଦବୀ ପୂରଣ ପାଇଁ ଅନଲାଇନ ଆବେଦନ ଆମନ୍ତ୍ରିତ କରାଯାଇଛି। ପ୍ରତ୍ୟେକ୍ଷ ନିଯୁକ୍ତି ଭିତ୍ତିରେ ଖାଲି ପଡ଼ିଥିବା ଏହି ପଦବୀଗୁଡ଼ିକୁ ପୂରଣ କରାଯିବ। ଏହି ବିଜ୍ଞପ୍ତି ଏମ୍ପ୍ଲୋୟମେଣ୍ଟ ନ୍ୟୁଜ୍‌/ରୋଜଗାର ସମାଚାରରେ ବିଜ୍ଞାପନ ପ୍ରକାଶନ ତାରିଖଠାରୁ ୧ ବର୍ଷ ପାଇଁ ବୈଧ ରହିବ। ପ୍ରଥମ କଟ୍‌-ଅଫ୍‌ ତାରିଖ ଏମ୍ପ୍ଲୋୟମେଣ୍ଟ ନ୍ୟୁଜ୍‌/ରୋଜଗାର ସମାଚାରରେ ବିଜ୍ଞାପନ ପ୍ରକାଶନ ତାରିଖଠାରୁ ୩୦ ଦିନ ହେବ।

ଅତିରିକ୍ତ ବିବରଣୀ :-

ପ୍ରଫେସର: ୨୯ ପଦ

ଅତିରିକ୍ତ ପ୍ରଫେସର: ୫ ପଦ

ଆସୋସିଏଟ୍‌ ପ୍ରଫେସର: ୮ ପଦ

ଆସିଷ୍ଟାଣ୍ଟ ପ୍ରଫେସର: ୨୫ ପଦ

ଯୋଗ୍ୟତା/ଅନୁଭବ :-

ଆବଶ୍ୟକ ଅଭିଜ୍ଞତା ସହ ଭାରତୀୟ ଚିକିତ୍ସା ପରିଷଦ ଅଧିନିୟମ, ୧୯୫୬ର ତୃତୀୟ ଅନୁସୂଚୀର ଭାଗ ୨ କିମ୍ବା ଅନୁସୂଚୀ ପ୍ରଥମ କିମ୍ବା ଦ୍ୱିତୀୟରେ ଅନ୍ତର୍ଭୁକ୍ତ ଥିବା ଡାକ୍ତରୀ ଯୋଗ୍ୟତା। ତୃତୀୟ ଅନୁସୂଚୀର ଭାଗ ୨ରେ ଅନ୍ତର୍ଭୁକ୍ତ ଯୋଗ୍ୟତା ଥିବା ଆଶାୟୀମାନଙ୍କୁ ମଧ୍ୟ ଧାରା ୧୩(୩)ରେ ନିର୍ଦ୍ଦିଷ୍ଟ ସର୍ତ୍ତଗୁଡ଼ିକୁ ପୂରଣ କରିବାକୁ ହେବ।

ସର୍ବାଧିକ ବୟସ ସୀମା :-
ପ୍ରଫେସର/ ଅତିରିକ୍ତ ପ୍ରଫେସର: କଟ୍‌-ଅଫ୍‌ ତାରିଖ ଅନୁସାରେ ୫୮ ବର୍ଷରୁ ଅଧିକ ହୋଇ ନ ଥିବ।

ଆସୋସିଏଟ୍‌ ପ୍ରଫେସର/ ସହାୟକ ପ୍ରଫେସର: କଟ୍‌-ଅଫ୍‌ ତାରିଖ ଅନୁସାରେ ୫୦ ବର୍ଷରୁ ଅଧିକ ହୋଇ ନ ଥିବ।

ବେତନ ଏବଂ ଭତ୍ତା :-
ପ୍ରଫେସର: ସର୍ବନିମ୍ନ ବେତନ ୧,୬୮,୯୦୦ ଟଙ୍କା (କେବଳ ମେଡିକାଲି ରୂପେ ଯୋଗ୍ୟ ଆଶାୟୀମାନଙ୍କ ପାଇଁ ଏନ୍‌ପିଏ)

ଅତିରିକ୍ତ ପ୍ରଫେସର: ସର୍ବନିମ୍ନ ବେତନ ୧,୪୮,୨୦୦ ଟଙ୍କା (କେବଳ ମେଡିକାଲି ରୂପେ ଯୋଗ୍ୟ ଆଶାୟୀମାନଙ୍କ ପାଇଁ ଏନ୍‌ପିଏ)

ଆସୋସିଏଟ୍‌ ପ୍ରଫେସର: ସର୍ବନିମ୍ନ ବେତନ ୧,୩୮,୩୦୦ ଟଙ୍କା (କେବଳ ମେଡିକାଲି ରୂପେ ଯୋଗ୍ୟ ଆଶାୟୀମାନଙ୍କ ପାଇଁ ଏନ୍‌ପିଏ)

ସହାୟକ ପ୍ରଫେସର: ସର୍ବନିମ୍ନ ବେତନ ୧,୦୧,୫୦୦ (କେବଳ ମେଡିକାଲି ରୂପେ ଯୋଗ୍ୟ ଆଶାୟୀମାନଙ୍କ ପାଇଁ ଏନ୍‌ପିଏ)। ୩ ବର୍ଷ ପରେ ବେତନ ମ୍ୟାଟ୍ରିକ୍ସ ସ୍ତର ୧୩କୁ ଯିବାର ବ୍ୟବସ୍ଥା।

ଆବେଦନ ପ୍ରକ୍ରିୟା :-
ସମସ୍ତ ପ୍ରକାର ଯୋଗ୍ୟ ମାନଦଣ୍ଡ ପୂରଣ କରି ପାରୁଥିବା ଇଚ୍ଛୁକ ପ୍ରାର୍ଥୀ କେବଳ ଅନଲାଇନ ଆବେଦନ ମାଧ୍ୟମରେ ଆବେଦନ କରି ପାରିବେ। ଆବେଦନର ଅନଲାଇନ ପଞ୍ଜୀକରଣ ଏମ୍ସ, ଭୁବନେଶ୍ୱରର ଅଫିସିଆଲ େଓ୍ଵବ୍‌ସାଇଟ ଅର୍ଥାତ୍‌ https://aiimsbhubaneswar.nic.inରେ ଉପଲବ୍ଧ କରାଯିବ।

Get real time updates directly on you device, subscribe now.