fbpx

ନିସନ୍ତାନକୁ ସନ୍ତାନ ଦେବ ‘ସନ୍ତାନ’, ଏଣିକି ସୁଲଭରେ ହେବ ପ୍ରଜନନ

ଟିୟର ୨ ଓ ଟିୟର ୩ ସିଟିରେ ସୁଲଭରେ ମିଳିବ ପ୍ରଜନନ ସୁବିଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତ ହେଉଛି ଏକ ଜନବହୁଳ ଦେଶ । ଏହା ସତ୍ତେ୍ୱ ଏଠାରେ ପ୍ରଜନନଜନିତ ସମସ୍ୟା ଦେଖାଦେଇଥାଏ । ବରଂ ଏହା ଏବେ ଏକ ଚିନ୍ତାଜନକ ବିଷୟରେ ପରିଣତ ହୋଈଛି । ଦେଶରେ ବିଭିନ୍ନ କୋଣ ଅନୁକୋଣରେ ଏପରି ସମସ୍ୟା ଦେଇ ଗତି କରୁଥିବା ଅନେକ ମହିଳା ରହିଛନ୍ତି । ରିସର୍ଚ୍ଚ ମୁତାବକ, ପ୍ରତି ୬ ଦମ୍ପତିଙ୍କ ମଧ୍ୟରେ ଜଣେ ବନ୍ଧ୍ୟାକରଣ ଭଳି ଅସୁବିଧାର ସାମନା କରନ୍ତି । ତେବେ ଭୁବନେଶ୍ୱରରେ ଏହାର ପ୍ରତିକାର ସ୍ୱରୂପ ଆରମ୍ଭ ହୋଇଛି “ସନ୍ତାନ” । ଯେଉଁ ଦମ୍ପତି ମାନେ ସନ୍ତାନ ସୁଖରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସହରରେ ଆରମ୍ଭ ହୋଇଛି “ସନ୍ତାନ” । ଏଠାରେ ବନ୍ଧ୍ୟାକରଣ ଭଳି ଅସୁବିଧା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହିତ ଏଥିରୁ ମୁକ୍ତି ଦେବା ପାଇଁ ପ୍ରୟାସ କରାଯିବ ।

ସାଧାରଣତଃ ବନ୍ଧ୍ୟାକରଣ ଓ ପ୍ରଜନନ ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଲୋକଲୋଚନରେ କହିବାକୁ ଭାରତୀୟ ମାନେ କୁଣ୍ଠାପ୍ରକାଶ କରନ୍ତି । ଯଦ୍ୱାରା କିଛି ପରିମାଣରେ ଏହାକୁ ଅବହେଳା କରାଯାଉଛି । ଆଉ ଆଗକୁ ଏହା ପରିବାରରେ ଦୁଃଖର କାରଣ ଭାବେ ପରିଣତ ହୋଇଯାଉଛି । ଏହାକୁ ଦୂର କରିବା ପାଇଁ ରାଘବ ପ୍ରସାଦ ପଣ୍ଡା, ଭୁବନେଶ୍ୱରରେ ଲଞ୍ଚ କରିଛନ୍ତି “ସନ୍ତାନ” । ତେବେ ଏହାକୁ କେବଳ ଭୁବନେଶ୍ୱର ନୁହେଁ ବରଂ ଅନ୍ୟ ସହରରେ ମାନଙ୍କରେ ମଧ୍ୟ ଆରମ୍ଭ କରାଯାଇଛି ।

ରାଘବ ଏନେଇ କହିଛନ୍ତି ଯେ, ଏହା ଏକ ଗୋପନୀୟ ସମସ୍ୟା ଅଟେ । ତଥାପି କିଛି ମହିଳା ଏହାର ନିରାକରଣ ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥାନ୍ତି । କିନ୍ତୁ ପୁରୁଷ ମାନେ ଏହା ଉପରେ ରୋକ୍ ଲଗାଇଥାନ୍ତି । ଆଉ କିଛି କ୍ଷେତ୍ରରେ ଲୋକମାନେ ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ସମ୍ପର୍କରେ ଡାକ୍ତରଙ୍କ ସହିତ ଆଲେଶଚନା କରିବାକୁ ଚାହାନ୍ତି ନାହିଁ । ତେବେ ଏହାର ସମାଧାନ ସ୍ୱରୂପ “ସନ୍ତାନ” ପ୍ରଜନନ ସେଣ୍ଟର ଗୁଡ଼ିକ ଏହି ରୋଗର ନିରାକରଣ ଠାରୁ ଆରମ୍ଭ କରି ଆଇଭିଏଫ୍ ଟେଷ୍ଟ୍ ଓ ଗର୍ଭଧାରଣ ପର୍ଯ୍ୟନ୍ତ ସବୁକିଛି ସେବା ଯୋଗାଇ ଦେଇଥାନ୍ତି ।

ତେବେ ଓଡ଼ିଶାରେ ଏହି ସେଣ୍ଟର ଭୁବନେଶ୍ୱର ଏବଂ ବ୍ରହ୍ମପୁର ଠାରେ ରହିଛି । ଏଠାରେ ସବୁ ପ୍ରକାର ପ୍ରଜନନ ଜନିତ ସେବା ଯୋଗାଇଦିଆଯାଉଛି । ଯେପରିକି ଆଇଭିଏଫ୍, ସିମେନ୍ ବ୍ୟାଙ୍କିଙ୍କ୍, ଡିମ୍ବାଣୁ ବ୍ୟାଙ୍କିଙ୍କ୍, ଶୁକ୍ରାଣୁ ଫ୍ରିଜିଂ ଏବଂ ଭ୍ରୁଣ ବ୍ୟାଙ୍କିଙ୍କ୍ । ଭୁବନେଶ୍ୱରରେ ଏହାର ଏକ ରିସର୍ଚ୍ଚ ସେଣ୍ଟର ରହିଥିବା ବେଳେ ଏଠାରେ ଆଧୁନିକ ଧରଣର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି ଯେପରିକି ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍(ଆଇଓଟି), ମେସିନ୍ ଲର୍ଣ୍ଣିିଂ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ।

ବର୍ତ୍ତମାନ ଏଠାରେ ଏକ ନୁତନ ଉତ୍ପାଦ ତିଆରି କରାଯାଉଛି । ଯାହାର ନାମ ହେଲା ଫର୍ଟିଲାଇଟ୍ । ଏହା ମାଧ୍ୟମରେ ଦମ୍ପତି ମାନେ ଘରେ ରହି ସେମାନଙ୍କର ଚିକିତ୍ସା କରିପାରିବେ । ଏହାବାଦ୍ “ସନ୍ତାନ” ସେଣ୍ଟରରେ ଟ୍ରେନିଂ ଲ୍ୟାବ୍ ର ମଧ୍ୟ ସୁବିଧା ରହିଛି । ଯେଉଁଠାରେ ଏମ୍ବ୍ରିଓଲୋଜିଷ୍ଟ ଏବଂ ଆଇଭିଏଫ୍ ସ୍ପେଶାଲିଷ୍ଟର ଟ୍ରେନିଂ ଦିଆଯାଉଛି । ସେଣ୍ଟର୍ ର କହିବାନୁଯାୟୀ, ମାସକୁ ପ୍ରାୟ ୫୦୦ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ତେବେ ଏହାର ଚିକିତ୍ସା ଜନିତ ମୂଲ୍ୟ ୫ ହଜାରରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ରହିଛି । ଆଉ ଏହା ରୋଗୀର ସମସ୍ୟାକୁ ଦୃଷ୍ଟିରେ ରଖି ମୁଲ୍ୟ ସ୍ଥିର କରାଯାଉଛି । “ସନ୍ତାନ” ସେଣ୍ଟର ହାଇଦ୍ରାବାଦ୍, ବେଙ୍ଗାଲୁରୁ ଭଳି ଅନେକ ସହରରେ ରହିଛି ।

Get real time updates directly on you device, subscribe now.