fbpx

ସୁପ୍ରିମକୋର୍ଟରେ ପହଞ୍ଚିଲା ପେଗାସସ୍ ବିବାଦ, ଆବେଦନରେ ଏସଆଟି ତଦନ୍ତ ନେଇ ଉଠିଲା ଦାବି

ନୂଆଦିଲ୍ଲୀ: ଇସ୍ରାଏଲ୍ ସ୍ପାଏେଓୟାର୍ ପେଗାସସ୍ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏବେ ଏହି ବିବାଦ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଯାଇଛି । କୋର୍ଟରେ ଏକ ଆବେଦନ ଦାୟର୍ କରି ଅନୁରୋଧ କରାଯାଇଛି ଯେ, ସାମ୍ବାଦିକ, କାର୍ଯ୍ୟକର୍ତ୍ତା, ନେତା ଏବଂ ଅନ୍ୟ ମାନଙ୍କ ଉପରେ ପେଗାସସ୍ ସ୍ପାଏେଓୟାର୍ ର ବ୍ୟବହାର କରି ସରକାରୀ ଏଜେନ୍ସିଂ ଦ୍ୱାରା କଥିତ ଭାବରେ ଜାସୁସୀ କରାଯିବାକୁ ଥିବା ଖବରକୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି ଦ୍ୱାରା ଯାଞ୍ଚ କରାଯାଉ ।

ଏଥିରେ ଆବେଦନକାରୀ ଆହୁରି ବି କହିଛନ୍ତି ଯେ, ପେଗାସସ୍ କାଣ୍ଡ ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି । ଆଉ ଏହା ଭାରତର ଗଣତନ୍ତ୍ର, ନ୍ୟାୟପାଳିକା ଏବଂ ଦେଶର ସୁରକ୍ଷା ଉପରେ ଆକ୍ରମଣ ତଥା ବ୍ୟାପକ ସ୍ତର ଏବଂ ବିନା କୌଣସି ଉତ୍ତରଦାୟିତ୍ୱରେ ନଜର ରଖିବା ନୈତିକତା ଦୃଷ୍ଟିରୁ ଭୁଲ୍ ଅଟେ । ଏହି ପେଗାସସ୍ ଦ୍ୱାରା ନା କେବଳ ଫୋନ୍ ଧରିଥିବା ବ୍ୟକ୍ତି ବିଷୟରେ ଜାଣି ହୁଏ ବରଂ ଡିଜିଟାଲ୍ ସୂଚନା ମଧ୍ୟ ହ୍ୟକର୍ ପାଖକୁ ଚାଲିଯାଏ । ତେଣୁ ଏହା ଉପରେ ଉଚ୍ଚ ସ୍ତରରେ ତଦନ୍ତ ହେବା ଜରୁରୀ ।

ଏଥିସହିତ କୁହାଯାଇଛି ଯେ, ପେଗାସସ୍ କେବଳ ନଜର ରଖିବା ଉପକରଣ ନୁହେଁ ବରଂ ଏହା ଏକ ସାଇବର୍ ଅସ୍ତ୍ର । ଯାହାକୁ ଭାରତୀୟ ଗଣତନ୍ତ୍ର ବିରୋଧରେ ବ୍ୟବହାର କରାଯାଉଛି । ତେଣୁ ଯେଉଁ ନେତା ମନ୍ତ୍ରୀ ତଥା ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଅନୁସନ୍ଧାନ କରାଯାଉ । ଆଉ ଏହାର ଏସଆଇଟି ତଦନ୍ତ କରାଯାଉ ।

Get real time updates directly on you device, subscribe now.