fbpx

ବିଦ୍ୟାଭାରତୀଙ୍କ ଦ୍ୱିତୀୟ ଚିଠି: ‘ପୁରୀ ମନ୍ଦିରରେ ଦାସୀ ହେବି’…

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ଏସିଏଫଓ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଗୁମର ଯେତିକି ଫିଟୁଛି ସେତିକି ଆଶ୍ଚର୍ଯ୍ୟ କରାଉଛି ତାଙ୍କ ସ୍ତ୍ରୀଙ୍କ ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଚିଠି । ପ୍ରଥମେ ବିଦ୍ୟାଭାରତୀଙ୍କ ଅଡିଓ ଭାଇରାଲ୍ ହେଲା, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କୁ ଭଲ ପାଉଥିବା ସଂକେତ ଦେଇଥିଲେ । ପରେ ବୁଧବାର ସାମ୍ନାକୁ ଆସିଲା ଏକ ଚିଠି, ଯେଉଁଥିରେ ସେ କହୁଥିଲେ ଆଇ ହେଟ୍ ୟୁ… ଅର୍ଥାତ୍ ପୃଥିବୀର ସବୁଠୁ ଅଧିକ ଘୃଣା ସେ ତାଙ୍କ ସ୍ୱାମୀଙ୍କୁ କରୁଥିବା ନେଇ ଚର୍ଚ୍ଚା ହେଲା । କିନ୍ତୁ ଗୁରୁବାର ବିଦ୍ୟାଭାରତୀଙ୍କ ଦ୍ୱିତୀୟ ଚିଠି ଆସିଛି ସାମ୍ନାକୁ, ଯେଉଁଥିରେ ସେ ଲେଖିଛନ୍ତି ଯେ- ହେ ପ୍ରଭୁ ଡିଭୋର୍ସ କରାଇଦିଅ ।

ଗୋଟିଏପଟେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଓ ପୋଲିସ୍ ତାଙ୍କ ସରକାରୀ କ୍ୱାର୍ଟର୍ସରେ ତନାଘନା ଚଳାଇଥିବାବେଳେ ସ୍କାନର୍ରେ ରହିଥିବା ଡିଏଫଓଙ୍କୁ ମଧ୍ୟ ଜେରା କରିବ ବୋଲି ଜଣାପଡ଼ିଛି । ସେହିପରି ସରକାରୀ କ୍ୱାର୍ଟର୍ସରେ ହିଁ ସୌମ୍ୟ ପୋଡ଼ି ହୋଇ ପ୍ରାଣ ହରାଇଥିବା କ୍ରାଇମବ୍ରାଞ୍ଚ୍ ସ୍ପଷ୍ଟ କରିଛି । ପୂର୍ବରୁ ପୋଲିସ୍ ସେଠାରୁ କିରୋସିନି ଜବତ କରିଥିଲା । ଅନ୍ୟପକ୍ଷରେ ବିଦ୍ୟାଭାରତୀଙ୍କ ବାପଘରକୁ ଯାଇ ତନାଘନା କରିଥିଲା ପୋଲିସ୍ । କିନ୍ତୁ ଗୋଟିଏ ପରେ ଗୋଟିଏ ଚିଠି ସାମ୍ନାକୁ ଆସିବା ପରେ ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଛି । ହେ ଭଗବାନ ଡିଭର୍ସ କରେଇ ଦିଅ… ପ୍ରଭୁ ତୋ ପାଖରେ ଋଣୀ ରହିଯିବି… ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ସେବା କରିବି ବୋଲି ଚିଠିରେ ଉଲ୍ଲେଖ ରହିଥିବା ଚର୍ଚ୍ଚା ହେଉଛି ।

2nd letter of Bidyabharati reveals

Get real time updates directly on you device, subscribe now.