ଭୁବନେଶ୍ୱର, ୦୫/୦୫: ସାରା ରାଜ୍ୟରେ ଜାରି ହୋଇଛି ୧୪ ଦିନିଆ ଲକଡାଉନ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଛି ଏହି ନିଷ୍ପତ୍ତି । ତେବେ ଆଜି ରାଜଧାନୀବାସୀଙ୍କ ପାଇଁ ଭୁବନେଶ୍ୱର ଡିସିପି ଏକ ଘୋଷଣା କରିଛନ୍ତି ।
ଲକଡାଉନରେ ରାଜଧାନୀବାସୀଙ୍କ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଘରେ ବସି ମିଳିବ ଅନୁମତି । ବିବାହ ଅନୁମତି ପାଇଁ ଥାନାକୁ ଯିବାକୁ ପଡିବନି । ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦ ରେ ଫୋନ କରିପାରିବେ, ହ୍ୱାଟ୍ସଆପ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଯିବ ଏକ ଫର୍ମାଟ ପଠାଯିବ । ଉକ୍ତ ଫର୍ମାଟକୁ ପୂରଣ କରି ପୋଲିସ ପାଖକୁ ପଠାଇବାକୁ ପଡିବ । ଫର୍ମାଟ ପୂରଣ ପରେ କମିଶନରେଟ ପୋଲିସ ତରଫରୁ ମିଳିବ ଅନୁମତି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।