fbpx

ଭୁବନେଶ୍ବର: ଅଧାରେ ରହିଲା ହୋଲି ଖେଳ, ମତୁଆଲା ଯୁବକଙ୍କୁ ରୋକିଲା ପୋଲିସ

ଭୁବନେଶ୍ବର: ହୋଲି ବେଳେ ମତୁଆଲା ଯୁବକଙ୍କୁ ରୋକିଲା ପୋଲିସ । ସହିଦନଗରରେ ଡିଜେ ବଜାଇ ହୋହଲ୍ଲା କଲା ବେଳେ ରୋକିଲା । ଡିଜେ ସିଜ୍‌ କରି ଯୁବକଙ୍କୁ ଜନଗହଳି ସ୍ଥାନରୁ ତଡ଼ିଦେଲା କମିଶନରେଟ୍ ପୋଲିସ। ସାରା ରାଜ୍ୟ ପାଳୁଛି ହୋଲି ପର୍ବ । ପରମ୍ପରା ଦୃଷ୍ଟିରୁ ହୋଲି ଏକ ପବିତ୍ର ପର୍ବ । ଯାହାର ଉଦାହରଣ ଆମେ ଶ୍ରୀକ୍ଷେତ୍ରରୁ ପାଇଥାଉ । ହେଲେ ଆଜି ଏହାକୁ ଆଧୁନିକ ଢଙ୍ଗରେ ପାଳୁଛନ୍ତି ଯୁବ ପିଢ଼ି ।

ମଦ୍ୟପାନ କରି ଡିଜେର ତାଳେ ତାଳେ ଝୁମି ଝୁମି ରଙ୍ଗ ଖେଳି ଉପଭୋଗ କରୁଛନ୍ତି । ଯାହା ଆମର ପରମ୍ପରା ଓ ସଂସ୍କାର ଭଙ୍ଗ କରିଥାଏ । ସବୁଥର ପରି ଏଥର ବି ରାଜଧାନୀ ଭୁବନେଶ୍ଵରରେ ହୋଲି ପାଳନ କରାଯାଛି । ହେଲେ ଏବର୍ଷ କିନ୍ତୁ କମିଶନରେଟ୍ ପୋଲିସ ମତୁଆଲାଙ୍କୁ ସାବାଡ କରିଛି । ଆଗକୁ ଯେପରି ଏପରି ନ ହୁଏ, ସେଥିପ୍ରତି ମଧ୍ୟ ଦୃଷ୍ଟି ରଖିଛି କମିଶନରେଟ ପୋଲିସ ।

Get real time updates directly on you device, subscribe now.