fbpx

ସବୁଦିନ ଖାଆନ୍ତୁ ଧନିଆ ପତ୍ର: ପାଖ ମାଡିବନି ଏହିସବୁ ରୋଗ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । କିଏ ସବୁଜ ପନିପରିବା ଖାଉଛି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟରେ ସାମିଲ କରୁଛନ୍ତି । ଆମେ ସାଧାରଣତଃ ଆମ ରୋଷେଇ କାର୍ଯ୍ୟରେ ଧନିଆ ପତ୍ରକୁ ବ୍ୟବହାର କରୁ । କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତିନାହିଁ ।

ତେବେ ଆସନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ ଉପଯୋଗୀ । ଧନିଆ ପତ୍ରରେ ସାଧାରଣତଃ ଭିଟାମିନ ଏ ଏବଂ ଭିଟାମିନ୍ ସି ରହିଥାଏ । ଯାହାକୁ ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ଧନିଆର ପତ୍ର ତ୍ବଚା ପାଇଁ ବି ଖୁବ୍ ଭଲ ହୋଇଥାଏ। ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇବାକୁ ବି ଆପଣମାନେ ଧନିଆ ପତ୍ର ଖାଇପାରିବେ ।

ଧନିଆ ପତ୍ରକୁ ରାତିସାରା ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଉକ୍ତ ପାଣିକୁ ପିଇଲେ ବ୍ଲଡସୁଗାର ସ୍ତର ନିୟନ୍ତ୍ରଣ ରହେ। ଧନିଆ ପତ୍ରରେ ଲିନୋଲେଇକ ଏସିଡ ରହିଛି। ଏହା ରକ୍ତରେ କୋଲେଷ୍ଟ୍ରଲ କମ କରିବାରେ ସହାୟକ ହୋଇଥାଏ। ଧନିଆ ପତ୍ରରେ ଅଧିକ ମାତ୍ରାରେ ଆଇରନ ରହିଛି। ଏହା ଆନିମିୟା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ।

Get real time updates directly on you device, subscribe now.