fbpx

ହୋଲି ଅଘଟଣ; ଗାଁ ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

ଓଡ଼ିଶା ଭାସ୍କର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡ଼ା ଗାଁରେ ବଡ଼ ଅଘଟଣ । ହୋଲି ଖେଳ ପରେ ସାଲେପୁର କରମୁହଁ ଗାଁ ପୋଖାରୀରେ ଗାଧୋଇବାକୁ ଯିବା ହେଲା କାଳ । ମୃତକ ଜଣଙ୍କ ହେଉଛନ୍ତି ନାବାଳକ ଆଶିଷ କୁମାର ଦାସ । ସାଲେପୁର କଲେଜର +୨ର ଛାତ୍ର ଥିଲେ ଆଶିଷ । ପରେ ନାବାଳକ ଜଣଙ୍କୁ ଶୀଘ୍ର ଉଦ୍ଧାର କରାଯାଇ ସୋର ମେଡିକାଲକୁ ଅଣାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ଅନ୍ୟ ଏକ ଘଟଣାରେ କଳାହାଣ୍ଡିରେ ଭାରସାମ୍ୟ ହରାଇ ବାଇକ୍‌ଟି ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

Get real time updates directly on you device, subscribe now.