fbpx

ଆମେରିକାର ବାଲ୍ଟିମୋର ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍ ସହିତ ଧକ୍କା ହେଲା ଜାହାଜ, ଦେଖନ୍ତୁ Video

ସୋମବାର ବିଳମ୍ବିତ ରାତିରେ ଆମେରିକାର ମେରିଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବାଲ୍ଟିମୋର ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍ ସହିତ ଏକ ବଡ଼ ମାଲ ପରିବହନ ଜାହାଜ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବ୍ରିଜର ଏକ ଅଂଶ ଭୁଶୁଡି ପାଣିରେ ପଡ଼ିଥିଲା ।

ବ୍ରିଜ ଉପରେ ଯାଉଥିବା ଗାଡିଗୁଡ଼ିକ ମଧ୍ୟ ବ୍ରିଜ ତଳେ ପାଣିରେ ପଡ଼ିଯାଇଥିଲା । ଜାହାଜଟି ବ୍ରିଜ ସହିତ ଧକ୍କା ହେବା ଫଳରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଦୁର୍ଘଟଣା ରାତି ପ୍ରାୟ ୧.୩୦ ସମୟରେ ଘଟିଥିଲା ।

ଜାହାଜ ଧକ୍କା ହେତୁ ବ୍ରିଜରେ ନିଆଁ ଲାଗିଯାଇଥିଲା :-
ମାଲବାହୀ ଜାହାଜ ବ୍ରିଜ ତଳେ ଯାଉଥିବାବେଳେ ତାହାର ଉପର ଅଂଶ ବ୍ରିଜ ସହିତ ଧକ୍କା ହୋଇଥିଲା । ଜାହାଜଟି ବ୍ରିଜ ସହିତ ଧକ୍କା ହେବା ପରେ ହଠାତ୍ ବ୍ରିଜରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏହାଦ୍ୱାରା ହଇଚଇ ଓ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।

ତିନି କିଲୋମିଟର ଲମ୍ବା ସେତୁର ଏକ ଅଂଶ ନଦୀରେ ପଡ଼ିଗଲା :-
ବାଲ୍ଟିମୋରର ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍ ର ଏକ ଅଂଶ ନଦୀରେ ପଡିଯାଇଛି । ଏହି ଦୁର୍ଘଟଣା ହେତୁ ଯାନବାହାନ ମଧ୍ୟ ବ୍ରିଜରୁ ନଦୀକୁ ଖସିପଡିଥିଲା, କିନ୍ତୁ ସୌଭାଗ୍ୟବଶତଃ ବର୍ତ୍ତମାନ ସୁଦ୍ଧା କାହାର ଜୀବନ ହାନି ହେବାର ଖବର ଆସିନାହିଁ ।

ଶ୍ରୀଲଙ୍କା ଯାଉଥିଲା କଣ୍ଟେନର ଜାହାଜ :-
ସୂଚନାନୁସାରେ, ଫ୍ରାନସିସ୍ ସ୍କଟ୍ ବ୍ରିଜ୍ ସହିତ ଧକ୍କା ହୋଇଥିବା ଜାହାଜଟି ଏକ କଣ୍ଟେନର ସିପ୍ ଥିଲା । ଏହି ଜାହାଜର ନାମ ଥିଲା ‘ଡାଲି’ । ଏହି ଜାହାଜ ବାଲ୍ଟିମୋରରୁ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ଯାଉଥିଲା । ଏହି ସମୟରେ ବାଲ୍ଟିମୋର ବ୍ରିଜ ତଳେ ଯାଉଥିବା ବେଳେ ଜାହାଜଟି ବ୍ରିଜ ସହିତଧକ୍କା ହୋଇଥିଲା ।

Get real time updates directly on you device, subscribe now.