fbpx

ଆଠଗଡ଼ରେ ଗୋଷ୍ଠୀ ସଂଘର୍ଷ, ୫ରୁ ଉର୍ଦ୍ଧ୍ୱ ଆହତ

ଓଡ଼ିଶା ଭାସ୍କର: ତିଗିରିଆ ଥାନା ଭୋଗଡ଼ା ଗାଁରେ ହୋଲି ଖେଳରୁ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ତିଗିିରିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଆଠଗଡ଼ ଡିଏସପି ଏବଂ ତିଗିରିଆ ପୋଲିସ ପହଞ୍ଚି ସ୍ଥିତିକୁ ଆୟତ କରିଥିଲେ । ଏହି ଗୋଷ୍ଠେୀ ସଂଘର୍ଷରେ ସରପଞ୍ଚଙ୍କ ସ୍ୱାମୀ ଓ ଦିଅର ଆହତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.