fbpx

(Video) ‘ମୋହେ ରଙ୍ଗ ଲଗା ଦେ ରେ…’ ଚଳନ୍ତା ସ୍କୁଟିରେ ଷ୍ଟଣ୍ଟ କରୁଥିଲେ ‘ପାପା କି ପରୀ’: ଦେଖନ୍ତୁ ପରିଣାମ

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲିରେ ସାରା ଦେଶ ଉତ୍ସବମୁଖର ହୋଇଉଠିଛି । ହୋଲିକୁ ଅନେକ ଲୋକ ନିଜ ନିଜ ଷ୍ଟାଇଲରେ ପାଳନ କରୁଛନ୍ତି । ଏହାଭିତରେ ନୋଏଡାରୁ ଏକ ଭିଡିଓ ଏବେ ସାମନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଭିଡିଓରେ ଦୁଇ ଜଣ ଯୁବତୀ ଚଳନ୍ତା ସ୍କୁଟିରେ ଷ୍ଟଣ୍ଟ କରୁଥିବାର ଦେଖାଯାଇଛି । ଯୁବତୀଙ୍କର ଏପରି କାରନାମା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିନା ହେଲମେଟରେ ନିଜ ଜୀବନକୁ ବାଜି ଲଗାଇ ୨ ଯୁବତୀ ଏଭଳି ଷ୍ଟଣ୍ଟ କରୁଥିବାର ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ସମୟରେ ଯୁବପିଢୀଙ୍କ ମଧ୍ୟରେ ରିଲ୍ସ ଖୁବ ଟ୍ରେଣ୍ଡରେ ରହିଛି । ସୋସିଆଲ ମିଡିଆରେ ପପୁଲାର ହେବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର କାଣ୍ଡ କରି ରିଲ୍ସ କରିବା ସହ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ଯୁବକ ସ୍କୁଟି ଚଳାଉଥିବା ବେଳ ପଛରେ ଦୁଇ ଜଣ ଯୁବତୀ ଷ୍ଟଣ୍ଟ କରୁଛନ୍ତି । ୩ ଜଣଙ୍କ ମଧ୍ୟରୁ କେହି ବି ହେଲମେଟ ପିନ୍ଧିନାହାନ୍ତି । ଏହାପରେ ଦୁଇ ଯୁବତୀ ଗାଡ଼ିରେ ବସି ପରସ୍ପରକୁ ରଙଗ ବୋଳୁଥିବାର ଭିଡିଓରେ ଦେଖାଯାଇଛି । ଏହାସହିତ ବ୍ୟାକଗ୍ରାଉଣ୍ଡରେ ବଲିଉଡ ଗୀତ ‘ମୋହେ ରଙ୍ଗ ଲଗା ଦେ ରେ…’ ବାଜୁଥିବା ବେଳେ ଗୀତ ଅନୁସାରେ ଉଭୟ ଯୁବତୀ ଅଭିନୟ କରୁଛନ୍ତି ।

ତେବେ ଏହି ଭିଡିଓକୁ ଦେଖି ୟୁଜର୍ସ ନୋଏଡା ପୋଲିସକୁ ଟ୍ୟାଗ କରିବା ସହ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ କରିଥିଲେ । ଏହାପରେ ପୋଲିସ ମଧ୍ୟ ଏହି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗାଡ଼ି(ସ୍କୁଟି)ର ଚାଲାଣ କାଟିଛି । ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ଷ୍ଟଣ୍ଟ ହୋଇଥିବା ଏହି ଗାଡ଼ି ନାଁରେ ମୋଟ ୩୩ ହଜାରରୁ ଅଧିକ ଟଙ୍କା ଜରିମାନା ଲାଗୁ କରାଯାଇଛି । ତେବେ ଏହି ଭିଡିଓଟି ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଛି । ଭାଇରାଲ ହେଉଥିବା ଏହି ଭିଡିଓ ମଧ୍ୟ ଉତ୍ତରପ୍ରଦେଶର ନୋଏଡା ବୋଲି କୁହାଯାଉଛି।

 

Get real time updates directly on you device, subscribe now.