fbpx

ଭୁବନେଶ୍ୱର ଷ୍ଟେସନରୁ ସ୍ବାଭାବିକ ହେଲା ଟ୍ରେନ ଚଳାଚଳ

ଭୁବନେଶ୍ୱର: ବାତିଲ ହେଲା ୬ଟି ଟ୍ରେନ । ଭୁବନେଶ୍ୱରରେ ମାଲଗାଡି ଲାଇନଚ୍ୟୁତ ହେବା ପରେ ୬ଟି ଟେନ୍ରକୁ ବାତିଲ କରାଯାଇଛି । ଆଜି ପାଇଁ ଉଭୟ ପଟୁ ୬ଟି ଟ୍ରେନକୁ ବାତିଲ କରିଛନ୍ତି ପୂର୍ବତଟ ରେଳବାଇ । ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ବଲାଙ୍ଗୀର,ପୁରୀ-ପାରାଦୀପ, ପୁରୀ-ବଡବିଲ,ତାଳଚେର-ପୁରୀ,ପାରାଦୀପ-କଟକ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି ।

ସୂଚନାମୁତାବକ ଗତକାଳି ବିଳମ୍ବିତ ରାତିରେ ସିମେଣ୍ଟ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଥଲା । ଏଥିରେ ୫ଟି ବଗି ଲାଇନଚ୍ୟୁତ ହୋଇଥଲା । ଏହା ପାଇଁ ଗତକାଲି ପାଖାପାଖି ୧୬ଟି ଟ୍ରେନ ଗତକାଲି ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ରେଳ ଲାଇନର ମରାମତି ସରିଛି । ଏହା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି । ଏବଂ ଯେଉଁ ସ୍ଥାନରେ ଦୁର୍ଘଟଣା ହୋଇଥିଲା ସେଠାରେ କେବଳ ୧୫ କିମି ବେଗରେ ଟ୍ରେନ ଚାଲିବ ବୋଲି ରେଳ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନାଦେଇଛନ୍ତି ।

ସୂଚନାମୁତାବକ ଲାଇନଚ୍ୟୁତ ହେଇଥିବା ଟ୍ରେନ ଚକ୍ରଧରପୁରରୁ ବିଜୟନଗରମ୍ ଯାଉଥିବା ସମୟରେ ମଞ୍ଚେଶ୍ୱର ଠାରେ ମାଲବାହୀ ଟ୍ରେନ୍‌ର ୫ଟି ବଗି ଟ୍ରାକ୍‌ରୁ ତଳକୁ ଯାଇଥିଲା। ଫଳରେ ଟ୍ରାକ୍ ଓ ଇଲେକ୍ଟ୍ରିକ୍ ଲାଇନ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଲୱେ ଅଧିକାରୀ ଓ ଦୁଇଶହରୁ ଅଢ଼େଇ ଶହ କର୍ମଚାରୀ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ଯାହା ଫଳ ରେ ଶୀଘ୍ର ରେଳ ଚଳାଚଳ ହେଇପାରିଲା ।

Get real time updates directly on you device, subscribe now.