fbpx

ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ପୀଡ଼ିତାଙ୍କ ଓକିଲ ବୟାନ ଦେଇ କହିଲେ..

ଭୁବନେଶ୍ୱର, ୧୦ା୯(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଲକଡ଼ାଉନ ସମୟରେ ଏକ ୧୩ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ତେଣୁ ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ଏକ ମାମଲା ରୁଜୁ କରିଛନ୍ତି । ଯାହାର ତଦନ୍ତ ଜୋର ସୋରରେ ଚାଲଛି । ଏହାରି ମଧ୍ୟରେ ମହିଳା କମିଶନଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ଓକିଲ ବୟାନ ଦେଇ କହିଛନ୍ତି ଯେ ଏକ ଘରୋଇ ଟିଭି ଚ୍ୟାନେଲର ୪ଜଣ କର୍ମଚାରୀ ଏହି ଗଣଦୁଷ୍କର୍ମ ମାମଲାରେ ସାମିଲ ଅଛନ୍ତି । ତେଣୁ ପୀଡ଼ିତାଙ୍କ ମା ସମ୍ପୃକ୍ତ ଚ୍ୟାନେଲର ଏମଡ଼ିଙ୍କ ଠାରେ ଅଭିଯୋଗ କରିଥିଲେ । କିନ୍ତୁ ଏହାକୁ ଜାଣିଶୁଣି ଚାପି ଦେବାକୁ ଉଦ୍ୟମ କରିବା ସହ ସମ୍ପୃକ୍ତ ଚ୍ୟାନେଲ ଖବର ପ୍ରସାରଣ ହେଲା ଯେ ପୀଡ଼ିତା ମା ମିଛ କହୁଛନ୍ତି । ଚ୍ୟାନେଲର ଏମଡ଼ିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଓକିଲ କହିଛନ୍ତି । ଏମଡ଼ି ଓ ପୀଡ଼ିତାଙ୍କ ମାଆଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ହୋଇଛି । ଏହାର ରେକର୍ଡ଼ ମହିଳା କମିଶନଙ୍କୁ ଦିଆଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହି ମାମଲାରେ ମହିଳା କମିଶନ ଅଧ୍ୟକ୍ଷା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଘଟଣାକୁ ଗୁରୁତର ସହ ନିଆଯାଇଛି ଓ ୧୫ଦିନ ସମୟ ଦିଆଯାଇଛି । ସଠିକ ତଦନ୍ତ ପାଇଁ ଡିସିପିଙ୍କୁ କୁହାଯାଇଛି । ଯାହା କିଛି ପ୍ରମାଣ ଦିଆଯାଇଛି ଏହାର ଠିକ୍ ଭାବେ ତଦନ୍ତ ପାଇଁ କୁହାଯାଇଛି । ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ ପରେ ଆଉ ଥରେ ରିପୋର୍ଟ ମଗାଯିବ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.