fbpx

ଭୁବନେଶ୍ଵର; ସୁଧ କାରବାରକୁ ନେଇ ବୋମା ଓ ପଥର ମାଡ, ଦୁଇ ଗୁରୁତର

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ପୁଣି ଅଶାନ୍ତ ହେଲା ରାଜଧାନୀ ଭୁବନେଶ୍ବର ପଟିଆ ଅଞ୍ଚଳର ପଦ୍ମକେଶରପୁର । ବୋମା ଓ ପଥର ମାଡରେ ଗୋଟିଏ ପରିବାରର ଦୁଇଜଣ ଗୁରୁତର । ରାଜଧାନୀରେ ଗୋଟିଏ ପରେ ଗୋଟିଏ ଆସୁଛି ଏଭଳି ଚାଞ୍ଚଲ୍ୟ ଖବର । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବାର ଖବର ମିଳିଛି ।

ସୁଧ କାରବାରକୁ ନେଇ ଏକ ଘର ଉପରକୁ ବୋମାମାଡ଼ ହୋଇଥିଲା । ଏଥିରେ୨ଜଣ ଗୁରୁତର ହୋଇଥିଲେ । ଉଭୟେ ହେଲେ ଶଶୁର ଓ ବୋହୂ । ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।  ଗାଁରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ଜଣାଯାଇଛି । ସୁଧ ଟଙ୍କା ଆଦାୟକୁ ନେଇ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି ।

ତେବେ ଖବର ଅନୁସାରେ ଗତବର୍ଷ ଅକ୍ଟୋବର ମାସରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣରେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଟେକା ଓ ପଥରମାଡ ଯୋଗୁଁ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ପ୍ରଶାସନ ୧୪୪ଧାରା ଜାରି କରିଥିଲା ।

Get real time updates directly on you device, subscribe now.