fbpx
BSKY SKY
BSKY SKY

ରାନୁମଣ୍ଡଳ ପରେ ଭୂବନଙ୍କ ପାଳି ! ଅଜାଣତରେ ଦେଇଦେଲେ କପି ରାଇଟ୍ , ଏବେ ରୋଜଗାର ବନ୍ଦ

BSKY

ନୂଆଦିଲ୍ଲୀ : ଗୀତ ଗାଉଛନ୍ତି, ରାତିରାତିରେ ଫେମସ୍ ବି ହେଉଛନ୍ତି । ହେଲେ ବେଶି ଦିନ ତିଷ୍ଟି ରହି ପାରୁନାହାଁନ୍ତି । କିଛି ଦିନର ନେମ୍ ଫେମ୍ ପରେ ସେମାନେ ପୁଣି ନିଜ ସ୍ଥିତିକୁ ଫେରୁଆସୁଛନ୍ତି । ପ୍ରଥମେ ରାନୁ ମଣ୍ଡଳ ଆଉ ଏବେ ଭୂବନ ବାଦ୍ୟକାର ।

“କଚ୍ଚା ବାଦାମ’ ଗୀତ ଗାଇ ଭାଇରାଲ ହୋଇଥିବା ଗାୟକ ଭୂବନ ବାଦ୍ୟକର ବର୍ତ୍ତମାନ ଅସୁବିଧାରେ ପଡ଼ିଛନ୍ତି। ଯେଉଁ ଗୀତରୁ ସେ ଏତେ ଖ୍ୟାତି ଅର୍ଜନ କରିଥିଲେ, ବର୍ତ୍ତମାନ ସେ ସେହି ଗୀତ ନିଜେ ଗାଇବାକୁ ସକ୍ଷମ ନୁହଁନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଏବେ ଏହି ଗୀତ ସହିତ ଭିଡିଓ ସୋସିଆଲ ମିଡିଆ ପୋଷ୍ଟ କରିବା ମାତ୍ରେ ତାହା କପିରାଇଟ୍ ପାଇଁ ଅଟକିଯାଉଛି । ଯାହା ଦ୍ୱାରା ତାଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି ।

ସୂଚନାଯୋଗ୍ୟ, ଗତ ବର୍ଷ ଭୂବନ ବାଦାମ ବିକ୍ରି କରୁଥିବା ସମୟରେ ସେ “କଚ୍ଚା ବାଦାମ’ ଗୀତ ଗାଇଥିଲେ, ଯାହାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓ ସାମ୍ନାକୁ ଆସିଲା ପରେ ସେହି କ୍ଲିପ୍ କୁ ଲୋକମାନେ ଏତେ ପସନ୍ଦ କଲେ ଭୁବନ ରାତାରାତି ଷ୍ଟାର ହୋଇଗଲେ । ଲୋକମାନେ ତାଙ୍କ ଗୀତରେ ବହୁତ ରିଲ୍ ତିଆରି କରୁଥିଲେ । ହେଲେ ଅବସ୍ଥା ତାଙ୍କର ଶୋଚନୀୟ ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଗୋପାଳ ନାମକ ଜଣେ ବ୍ୟକ୍ତି ତାଙ୍କୁ ନିକଟକୁ ଆସି ୩ ଲକ୍ଷ ଟଙ୍କା ଦେଇଥିଲେ ଏବଂ କିଛି କାଗଜପତ୍ରରେ ଦସ୍ତଖତ ମଧ୍ୟ ନେଇଥିଲେ । ୟୁଟ୍ୟୁବ୍ ଚ୍ୟାନେଲରେ ତାଙ୍କ ଗୀତ ଚାଲିବ ବୋଲି କହିଥିଲେ । କାଗଜପତ୍ରରେ କ’ଣ ଲେଖା ଥିଲା ତାହା ଭୂବନକୁ ଜଣାନଥିଲା, କାରଣ ସେ ବେଶି ପାଠପଢିନାହାନ୍ତି । ଏବେ ତାଙ୍କ ଗୀତ ପୋଷ୍ଟ ହେଉନାହିଁ । ଏହାର କାରଣ ପଚାରିବାରୁ ସେ କହତିଛନ୍ତି ଯେ, କପିରାଇଟ୍ ସେ କିଣି ନେଇଛନ୍ତି ।

Get real time updates directly on you device, subscribe now.