fbpx

‘୨୦୨୪ ନିର୍ବାଚନରେ ବି ଜିତିବେ ମୋଦି ଜୀ’: ଅରବିନ୍ଦ ପାନାଗାରିୟା କହିଲେ ବିଜୟର କି ଫ୍ୟକ୍ଟର

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ନରେନ୍ଦ୍ର ମୋଦିଙ୍କର ବିଜୟ ହେବ । ୨୦୨୪ ଇଲେକ୍ସନରେ ବିଜୟ ମୁକୁଟ ପିନ୍ଧିବା ପାଇଁ ରାଜନୈତିକ ଦଳମାନେ ଆରମ୍ଭ କରିସାରିଛନ୍ତି ଅଙ୍କକଷା । ତେବେ ଏହାମଧ୍ୟରେ ନିର୍ବାଚନକୁ ନେଇ ଏହି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ନୀତି ଆୟୋଗ ଉପାଧ୍ୟକ୍ଷ ଏବଂ ଅର୍ଥନୀତିଜ୍ଞ ଅରବିନ୍ଦ ପାନାଗାରିୟା । ତେବେ ବିଜୟର ପ୍ରମୁଖ ଅସ୍ତ୍ର କ’ଣ ହୋଇପାରେ ସେ ନେଇ ମଧ୍ୟ ମତ ରଖିଛନ୍ତି ଅରବିନ୍ଦ ।

ପାନାଗାରିୟା କରିଛନ୍ତି ଯେ, ଆସନ୍ତା ୨୦୨୪ ନିର୍ବାଚନରେ ପୁଣିଥରେ ମୋଦି ଜୀ ବାଜି ମାରିବେ । ତେବେ ଏଥିପାଇଁ ତାଙ୍କର ୩ଟି ଯୋଜନା ଖୁବ ସହାୟକ ହେବ । ଲୋକମାନଙ୍କ ଉଦ୍ଦେଶ୍ୟରେ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ, ଜଳ ଯୋଗାଣ ଏବଂ ଶୌଚାଳୟ ପରି ବିଭିନ୍ନ ଯୋଜନା ତଥା ମୌଳିକ ସୁବିଧା ଯୋଗାଇ ଦେଇ ଆସୁଛି ମୋଦି ସରକାର । ତେଣୁ ଏହି ଯୋଜନା ପୁଣିଥରେ ୨୦୨୪ରେ ମୋଦିଙ୍କ ବିଜୟର ଅମୋଘ ଅସ୍ତ୍ର ହେବ ବୋଲି କହିଛନ୍ତି ଅରବିନ୍ଦ । ୨୦୨୪ ସାଧାରଣ ନିର୍ବାଚନରେ ମୋଦିଜୀ ବିଜୟର ହାଟ୍ରିକ କରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏହାସହିତ ପାନାଗାରିୟା କହିଛନ୍ତି ଯେ, ପୂର୍ବରୁ ବିଜେପିକୁ ଜିତାଇଥିବା କାରଣ ଏବେ ମଧ୍ୟ କାର୍ଯ୍ୟ କରୁଛି । ତେବେ ଏହିସବୁ କାରଣ ହିଁ ବିଜେପିର ଆଉ ଏକ ବିଜୟ ପାଇଁ ପଥ ପରିଷ୍କାର କରିବ । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ଆଜିକା ସମୟରେ ବିରୋଧୀଙ୍କ ଖଣ୍ଡ ବିଖଣ୍ଡିତ ପରିସ୍ଥିତି ମୋଦିଙ୍କୁ ବିଜୟୀ କରାଇବ ବୋଲି ଅରବିନ୍ଦ ପ୍ରକାଶ କରିଛନ୍ତି । ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନରେ ମୋଟ୬,୨୮୧ ମିଲିୟନ ଟଏଲେଟ ତିଆରି ହୋଇଥିବା ବେଳେ ୬ ଲକ୍ଷ କମ୍ୟୁନିଟି ଟଏଲେଟ ଏବଂ ୪୩୫୫ ସହରକୁ ବାହ୍ୟମଳମୁକ୍ତ ଘୋଷଣା କରାଯାଇଛି ।

ଏହାବ୍ୟତୀତ ଜାମ୍ ଟ୍ରିନିଟି(ମୋବାଇଲ ନମ୍ବର, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଲିଙ୍କ) ମଧ୍ୟ ମୋଦି ସରକାରଙ୍କର ବଡ ଅସ୍ତ୍ର ହେବ । ସହଜରେ ଟଙ୍କା ଟ୍ରାନ୍ସଫର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ଯୋଜନା ଖୁବ ସହାୟକ ହୋଇଛି । ଜନ ଧନ ଯୋଜନା ଅନ୍ତର୍ଗତ ଖୋଲାଯାଇଥିବା ସେଭିଙ୍ଗସ ଆକାଉଣ୍ଟ, ମୋବାଇଲ ନମ୍ବର ଏବଂ ଆଧାର କାର୍ଡ ଏହାର ମୁଖ୍ୟ ଉପାଦାନ । ତେବେ ଏହି ଯୋଜନାରେ ପ୍ରାୟ ୪୮୦ ମିଲିୟନ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ।

ସେହିଭଳି ଅନ୍ୟ ଏକ ଯୋଜନା ହେଉଛି ‘ନଲ ସେ ଜଲ’ ଯୋଜନା । ଏହି ଯୋଜନା ଅନୁଯାୟୀ, ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାଣି ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି । ସରକାର ଏଥିପାଇଁ ୩.୬୦ ଲକ୍ଷ କୋଟି ବ୍ୟୟ ଅଟକଳ କରିଥିବା ବେଳେ ୩୦ ମିଲିୟନ ଘରକୁ ଟ୍ୟାପ ଯୋଗେ ଜଳ ଯୋଗାଣ କରାଯାଇଛି । ଏହିସବୁ ଯୋଜନା ମୋଦିଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ଥରେ ବିଜୟୀ କରାଇବ ବୋଲି କହିଛନ୍ତି ପୂର୍ବତନ ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟା

Get real time updates directly on you device, subscribe now.