fbpx
BJD SKY
BJD SKY

ଘଣ୍ଟାପ୍ରତି ୨୦୦ରୁ ଅଧିକ ସ୍ପିଡ୍‌ରେ ବଲ୍ ପକାଇଲେ ଭୁବନେଶ୍ୱର କୁମାର, ଭାଙ୍ଗିଲେ ଶୋଏବ ଅଖତରଙ୍କ ବିଶ୍ୱ ରେକର୍ଡ!

BJD

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କ୍ରିକେଟ୍‌ରେ ସବୁଠୁ ଦ୍ରୁତ ଗତିରେ ବଲ୍ ପକାଇବାର ରେକର୍ଡ ପାକିସ୍ତାନର ଶୋଏବ ଅଖ୍‌ତରଙ୍କ ନାମରେ ରହିଛି। ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ସେ ଘଣ୍ଟା ପ୍ରତି ୧୬୧.୩ ବେଗରେ ବଲ୍ ପକାଇଥିଲେ। ତେବେ ଏହି ଏହାଠୁ ଅଧିକ ଗତିରେ ବଲ୍ ପକାଇବା ପାଇଁ ବୋଲରଙ୍କୁ ପୁରା ଦମ ଲଗାଇବାକୁ ପଡ଼ିବ କିମ୍ବା ବେଷୟିକ ତ୍ରୁଟି କାରଣରୁ ଏହି ରେକର୍ଡକୁ ଅତିକ୍ରମ କରାଯାଇ ପାରିବ। ଗତକାଲି ଭାରତ ଏବଂ ଆୟରଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ମୁକାବିଲାରେ କିଛି ଏପରି ଦେଖିବାକୁ ମିଳିଥିଲା। ଭୁବନେଶ୍ୱର କୁମାର ଗୋଟିଏ ନୁହେଁ ଲଗାତାର ଦୁଇଟି ବଲ୍ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପକାଇଥିଲେ।

ପ୍ରଥମ ଇନିଂସ ପ୍ରଥମ ଓଭରର ଦ୍ୱିତୀୟ ବଲ୍ ୨୦୧ କିମି ରେକର୍ଡ ହୋଇଥିବାବେଳେ ତୃତୀୟ ବଲ୍ ୨୦୮ କିମି ବେଗରେ ରେକର୍ଡ କରାଯାଇଥିଲା। ଟିଭିରେ ସ୍ପିଡ୍ ଟ୍ରାକ୍‌ର ଦ୍ୱାରା ପ୍ରଦର୍ଶିତ ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଏହି ଯାନ୍ତ୍ରିକ ତ୍ରୁଟି ହେତୁ ପ୍ରଶଂସକମାନେ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ୍ କରିଛନ୍ତି । ଜଣେ ପ୍ରଶଂସକ ଏହା ମଧ୍ୟ କହିଛନ୍ତି ଯେ ଯଦି ହାସନ ଅଲି ୨୧୯ କିଲୋମିଟର ବେଗରେ ବୋଲିଂ କରିପାରିବେ, ତେବେ କାହିଁକି ଭୁବନେଶ୍ୱର କୁମାର ୨୦୧ କିଲୋମିଟରରେ ବୋଲିଂ କରିପାରିବେ ନାହିଁ।

ବର୍ଷା କାରଣରୁ ମ୍ୟାଚ୍ ପ୍ରାୟ ଅଢେଇ ଘଣ୍ଡା ବିଳମ୍ବରେ ଆରମ୍ଭ ହୋଇଥିଲା। ଏହି କାରଣରୁ ଅମ୍ପାୟାର ମ୍ୟାଚ୍‌କୁ ୨୦ରୁ ୧୨ ଓଭରକୁ ହ୍ରାସ କରିଥିଲେ। ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୪ ୱିକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲା। ହ୍ୟାରି ଟେକ୍ଟର ଚମତ୍କାର ବ୍ୟାଟିଂ କରି ଅପରାଜିତ ୬୪ ସ୍କୋର କରିଥିଲେ। ଏହା ଜବାବରେ ୧୦୯ ରନ୍‌ର ପିଛଅ କରି ଭାରତୀୟ ଟିମ୍ ୯.୨ ଓଭରେ ୧୧୧ ରନ୍ ସଂଗ୍ରହ କରି ନେଇଥିଲା।

Get real time updates directly on you device, subscribe now.