fbpx

ୟୁକ୍ରେନ୍‌ରେ ବାଇଡେନ: ୫୦ କୋଟି ଡଲାରର ସହାୟତା ଘୋଷଣା କଲେ ରୁଷକୁ ଖୋଲା ଚାଲେଞ୍ଜ ଦେଲେ

Advertisement

କିଭ୍‌,୨୦ା୨: ଋଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଆସନ୍ତା ୨୪ତାରିଖରେ ବର୍ଷେ ପୂରିବାକୁ ଯାଉଛି। ଏହି ଯୁଦ୍ଧରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟୁଥିଲେ ବି କେହି କାହା ଜିଦ୍‌ରୁ ଓହରିବାକୁ ରାଜି ନୁହଁନ୍ତି। ତେବେ ଏହି ଭୟାବହ ଯୁଦ୍ଧ ସମୟରେ ଯୁଦ୍ଧ ଭୂମିରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ସେ ୟୁକ୍ରେନ୍ ରାଜଧାନୀ କିଭ୍‌ରେ ପହଞ୍ଚିବା ପରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାକ୍ଷାତ କରିବା ସହ ତାଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏପରିକି ଜେଲେନସ୍କିଙ୍କ ସହ ସେ ହାତ ମିଳାଇଥିବାର ଦେଖିବାକୁ ମିଳିଛି। ବୈଠକ ପରେ ବାଇଡେନ କହିଛନ୍ତି ଯେ, ୟୁକ୍ରେନର ଲୋକତନ୍ତ୍ର ସହିତ ଆମେରିକା ଛିଡା ହୋଇଛି।

ଏହି ଯୁଦ୍ଧରେ ଋଷୀୟ ସେନାର ନିଶ୍ଚିତ ପରାଜୟ ଘଟିବ। ୟୁକ୍ରେନ୍‌କୁ ଆମେରିକାପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। କୌଣସି କ୍ଷେତ୍ରରେ ଋଷ ସହ ସାଲିସ କରାଯିବ ନାହିଁ। ସାରା ବିଶ୍ୱ ଏବେ ୟୁକ୍ରେନ୍ ପଛରେ ରହିଛନ୍ତି। ଋଷ ରାଷ୍ଟ୍ରପତି ପୁଟିନ ଭାବିଥିଲେ ଯେ ଯୁଦ୍ଧ ହେଲେ ୟୁକ୍ରେନ୍ ଭାଙ୍ଗିଯିବ। ମାତ୍ର ଏହା କେବେ ବି ହେବାକୁ ଦିଆଯିବ ନାହିଁ ବୋଲି ବାଇଡେନ ଦୃଢ଼ୋକ୍ତି ବାଢ଼ିଥିଲେ। କହିଥିଲେ ୟୁକ୍ରେନ୍‌କୁ ୪ହଜାର କୋଟିର ସାମଗ୍ରୀ ସହାୟତା ରାଶି ଯୋଗାଇ ଦିଆଯିବ । ଏହି ଯୁଦ୍ଧ ପାଇଁ ସେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଦାୟୀ କରିଥିଲେ ।

ସୂଚନାଯୋଗ୍ୟ ଯେ ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ବର୍ଷ ହେବ ସଂଗ୍ରାମ ଜାରି ରହିଛି । ଜଋଉଜଟଓଞଗଋଘଞ ଏଥିରେ ୟୁକ୍ରେନ୍‌ର ବହୁ ବଡବଡ ସହର ଧୂଳିସାତ ହୋଇଯାଇଛି । ସରକାରୀ ପ୍ରତିଷ୍ଠାନ ସହ ବହୁ ଘରୋଇ ଅନୁଷ୍ଠାନ ମଧ୍ୟ ମାଟିରେ ମିଶି ଯାଇଛି । ଏହି ଯୁଦ୍ଧ ବନ୍ଦ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇପାରି ନାହିଁ । ତେବେ ନିକଟ ଅତୀତରେ ବାଇଣ୍ଡେନ ଯୁଦ୍ଧ ବନ୍ଦ ପାଇଁ କେବଳ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହିଁଲେ ସମ୍ଭବ ହୋଇପାରିବ ବୋଲି ମନ୍ତବ୍ୟ ଦେଇଥିଲେ । ବାଇଡେନ ଓ ଜେଲେନସ୍କି ମଧ୍ୟରେ ଏହି ଆଲୋଚନାକୁ ସାରା ବିଶ୍ୱ ନଜର ରଖିଛନ୍ତି ।

Get real time updates directly on you device, subscribe now.