fbpx
BSKY
BJD SHG SKY
BJD YOUTH SKY

କରୋନାର ଉତ୍ପତ୍ତି ସ୍ଥଳକୁ ନେଇ ୯୦ ଦିନ ଭିତରେ ପ୍ରମାଣଭିତ୍ତିକ ରିପୋର୍ଟ ଦେବାକୁ ବାଇଡେନଙ୍କ ନିର୍ଦ୍ଦେଶ

ୱାଶିଂଟନ୍: କରୋନା ମହାମାରୀର ଉତ୍ପତ୍ତି ଚୀନରୁ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଆମେରିକା ଶକ୍ତ ଅଭିଯାନ ଆରମ୍ଭ କରିଦେଇଛି । ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ନିଜର ଗୁପ୍ତଚର ସଂସ୍ଥା ମାନଙ୍କୁ କରୋନା ଭାଇରସ୍ ଚୀନରୁ ଆସିଛି କି ନାହିଁ ତାହା ଜାଣିବା ପାଇଁ କରାଯାଉଥିବା ପ୍ରୟାସକୁ ଦ୍ୱିଗୁଣିତ କରିବାକୁ କହିଛନ୍ତି । ଏଥିସହିତ କୋଭିଡ୍-୧୯ ର ଉତ୍ପତ୍ତି ସ୍ଥଳ ସମ୍ପର୍କିତ ରିପୋର୍ଟ ୯୦ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଇଡେନ୍ କହିଛନ୍ତି ଯେ, କରୋନା କେଉଁ ଜୀବ ଠାରୁ ଆସିଛି, ନା କୌଣସି ଲ୍ୟାବ୍ ରେ ଏହାକୁ ତିଆରି କରାଯାଇଛି ତାହା ଜାଣିବା ପାଇଁ ଉପଯୁକ୍ତ ପ୍ରମାଣ ଏକାଠି କରିବା ଦରକାର । କାରଣ ପ୍ରମାଣ ମିଳିବା ପରେ ହିଁ ଆମେ ସ୍ପଷ୍ଟ ରୂପେ କହି ପାରିବା ଯେ ଏହି ମାରାତ୍ମକ ଭାଇରସ୍ କେଉଁଠାରୁ ବ୍ୟାପିଛି ।

ତେବେ ରାଷ୍ଟ୍ରପତି ଜୋ ବାଇଡେନ୍ ଚୀନକୁ ଅପିଲ୍ କରିଛନ୍ତି ଯେ, ସେମାନେ ଏହି ଅନ୍ତଃରାଷ୍ଟ୍ରୀୟ ଯାଞ୍ଚରେ ଅଭିଯାନରେ ସହଯୋଗ କରନ୍ତୁ । ଆମେରିକାର ଲ୍ୟାବ୍ ରେ ମଧ୍ୟ ଯାଞ୍ଚରେ କରିବାରେ ସହଯୋଗ କରନ୍ତୁ ବୋଲି କହିଛନ୍ତି ବାଇଡେନ୍ । ଆମେରିକା ସମଗ୍ର ବିଶ୍ୱରେ ନିଜର ସମାନ ବିଚାରଧାରା ସହଯୋଗୀମାନଙ୍କ ସହିତ ଚୀନ୍ ଉପରେ ଏକ ବିସ୍ତୃତ, ସ୍ୱଚ୍ଛ, ପ୍ରମାଣ ଭିତ୍ତିକ ଆନ୍ତର୍ଜାତୀୟ ଅନୁସନ୍ଧାନ ଏବଂ ପ୍ରାସଙ୍ଗିକ ତଥ୍ୟ ପ୍ରମାଣ ଉପସ୍ଥାପନ କରିବାକୁ ଚାପ ପକାଇବ ବୋଲି କହିଛନ୍ତି ବାଇଡେନ୍ । ଆମେରିକାର ସ୍ୱାସ୍ଥ୍ୟମନ୍ତ୍ରୀ ଜାଭିୟର୍ ବେସେରା ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅନୁରୋଧ କରିଛନ୍ତି ଯେ କୋଭିଡ -୧୯ ର ଉତ୍ପତି ସ୍ଥଳର ଅନୁସନ୍ଧାନର ପରବର୍ତ୍ତୀ ପର୍ୟ୍ୟାୟ ଅଧିକ ସ୍ୱଚ୍ଛ ଏବଂ ବିଜ୍ଞାନ ଭିତ୍ତିକ ହେବା ଉଚିତ । ଏହି ଭାଇରସ୍ ଚୀନର ଏକ ଲାବୋରେଟୋରୀରୁ ଆସିଥିବା ସନ୍ଦେହ କରାଯାଉଥିବା ବେଳେ ଏହି ଘଟଣାର ତଦନ୍ତ ଚାଲିଛି ।

ଖାଲି ଆମେରିକା ନୁହେଁ ବରଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାର ଯାଞ୍ଚ କରିବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଅଧୋନମ୍ କହିଥିଲେ ଯେ, ଏହି କୋଭିହ୍ ଭାଇରସ୍ ର ଉତ୍ପତି ସ୍ଥଳକୁ ନେଇ ଅଧ୍ୟୟନର ଆବଶ୍ୟକତା ରହିଛି । ସେହିପରି ହ୍ୱାଇଟ୍ ହାଉସର ଜଣେ ବିଶିଷ୍ଟ ପରାମର୍ଶଦାତା ମଧ୍ୟ ଏନେଇ କହିଥିଲେ ଯେ, ଏହାର ପ୍ରାକୃତିକ ଉତ୍ପତିକୁ ନେଇ ଆଶ୍ୱସ୍ତି ମିଳିପାରୁନି ତେଣୁ ଏହାର ଯାଞ୍ଚ ହେବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.