fbpx

ବ୍ଲାଉଜ୍ ପିସରୁ ମାସ୍କ କଲେ ବିଦ୍ୟା ବାଲାନ୍‌, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ : କରୋନା ଭାଇରସ୍ ଜନିତ ମାମଲା ଧିରେ ଧିରେ ବୃଦ୍ଧି ପାଇ ଚାଲିଛି । ଏହାର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶବାସୀଙ୍କ ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଅନେକ କ୍ଷେତ୍ରରେ ମାସ୍କଗୁଡ଼ିକ ମିଳୁନଥିବା ଭଳି ଘଟଣା ସାମ୍ନାକୁ ଆସିବା ପରେ ସରକାରଙ୍କ ତରଫରୁ ହାତ ତିଆରି ମାସ୍କ ପ୍ରସ୍ତୁତ କରି ପିନ୍ଧିବା ପାଇଁ ସରକାରଙ୍କ ତରଫରୁ କୁହାଯାଇଛି । ଏପରି କ୍ଷେତ୍ରରେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍ ଏକ ଭିଡ଼ିଓ ଜାରି କରି ନିଜ ଫ୍ୟାନ୍ସଙ୍କୁ ଘରେ ହିଁ ମାସ୍କ ତିଆରି କରିବାର ଉପାୟ ବତାଇଛନ୍ତି । ଏହି ଭିଡ଼ିଓକୁ ବିଦ୍ୟା ବାଲାନ୍ ସୋସିଆଲ୍ ମିଡ଼ିଆ ତଥା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି । ଏହି ଭିଡ଼ିଓରେ ବିଦ୍ୟା ବ୍ଲାଉଜ୍ ପିସ୍ ଏବଂ ରବର ବ୍ୟାଣ୍ଡ୍ ର ବ୍ୟବାହାର କରି ମାସ୍କ ପ୍ରସ୍ତୁତ କରିବାର ଦେଖାଯାଉଛି । ଏହି ଭିଡ଼ିଓରେ ସେ କହିଛନ୍ତି ଯେ, କରୋନାରୁ ବର୍ତ୍ତିବା ପାଇଁ ମାସ୍କ ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ମାସ୍କର ମାତ୍ରା ଆବଶ୍ୟକତା ତୁଳନାରେ କମ୍ ଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ ଆପଣ ଘରେ ମଧ୍ୟ ମାସ୍କ ପ୍ରସ୍ତୁତ କରି ବ୍ୟବହାର କରିପାରିବେ ବୋଲି ଏହି ଭିଡ଼ିଓରେ ବିଦ୍ୟା କହିଛନ୍ତି । ଏକ ବ୍ଲାଉଜ୍ ପିସ୍ ରୁ କିପରି ମାସ୍କ ପ୍ରସ୍ତୁତ କରାଯାଇପାରି ସେ ଏହି ଭିଡ଼ିଓରେ କରି ଦେଖାଇଛନ୍ତି । ଭିଡ଼ିଓକୁ ସେୟାର କରି ବିଦ୍ୟା ଉଲ୍ଲେଖ କରିଛନ୍ତି ଯେ, ‘ଆମ ଦେଶ, ଆମ ମାସ୍କ’ । ହୋମ୍ ମେଡ଼ ମାସ୍କ ପାଇଁ ପ୍ରସ୍ତୁତ କରିଥିବା ଏହି ଭିଡ଼ିଓକୁ ବିଦ୍ୟାଙ୍କ ଅନେକ ସମର୍ଥକ ପସନ୍ଦ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.