fbpx

ମହାରାଷ୍ଟ୍ରରେ ବଡ ଦୁର୍ଘଟଣା : କୋଠା ଭୁଷୁଡି ୨ ଜଣଙ୍କର ମୃତ୍ୟୁ, ୫ ଜଣ ଆହତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଥାନେରେ ଥିବା ଭିୱଣ୍ଡୀରେ ଗତ ରାତିରେ ଏକ ବଡ ଦୁର୍ଘଟଣା ଘଟିଥିଲା । ଏଠାରେ ଏକ କୋଠାର ଗୋଟିଏ ଅଂଶ ଭୁଷୁଡି ପଡିବା ଫଳରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏବଂ ୫ ଜଣ ଲୋକ ଆହତ ହୋଇଛନ୍ତି । ତେବେ ଘଟଣାଟି ରାତି ପ୍ରାୟ ୧ ଟାରେ ଘଟିଥିଲା । ଏକ ଦୁଇ ମହଲା କୋଠାର ଏକ ଅଂଶ ଏଠାରେ ଭୁଷୁଡି ପଡିଥିଲା । ଭିୱାଣ୍ଡୀ ଦର୍ଗା ରୋଡରେ ଏହି ଦୁର୍ଘଟଣା ଘଟିଥିଲା ।

ଏହି କୋଠା ଭିତରେ ଗୋଟିଏ ପରିବାରର ୭ ଜଣ ଲୋକ ଫଶି ରହିଥିଲେ । ସେମାନଙ୍କୁ ଅଗ୍ନିଶମ ବାହୀନି ଏବଂ ମ୍ୟୁନିସିପାଲଟି କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହେବା ସହିତ ୫ ଜଣ ଗୁରୁତର ଥିଲେ । ଗୁରୁତର ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ଖବର ଶୁଣିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ଏହା ପରେ ଲୋକମାନେ ଭଙ୍ଗା କୋଠା ଭିତରୁ ଚିକ୍ରାର ଶବ୍ଧ ଶୁଣିବାକୁ ପାଇଥିଲେ । ଲୋକମାନେ ଅଗ୍ନିଶମ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.